ବିଜୟାଦଶମୀରେ ଶସ୍ତ୍ର ପୂଜା କଲେ ମୋହନ ଭାଗବତ୍ ; ଦେଶବାସୀଙ୍କୁ ଦେଲେ ଏକତା , ଦୃଢତାର ବାର୍ତ୍ତା

ସାରା ଦେଶରେ ପାଳିତ ହେଉଛି ବିଜୟାଦଶମୀ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ନାଗପୁରରେ ଶସ୍ତ୍ର ପୂଜା କଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ ।

1544444444

କନକ ବ୍ୟୁରୋ: ସାରା ଦେଶରେ ଆଜି ପାଳିତ ହେଉଛି ବିଜୟାଦଶମୀ । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ୍ କରିଛନ୍ତି ଶସ୍ତ୍ର ପୂଜା । ନାଗପୁର ହେଡକ୍ୱାର୍ଟରେ ଭାଗବତ୍ କରିଛନ୍ତି ଶସ୍ତ୍ର ପୂଜା । ତାଙ୍କ ସହ ଉପସ୍ଥିତ ଥିଲେ ପଦ୍ମ ସମ୍ମାନ ବିଜେତା ତଥା ଇସ୍ରୋ ମୁଖ୍ୟ କେ. ରାଧାକ୍ରିଷ୍ଣନ୍, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାବିଶ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଏହି ଅବସରରେ ସଂଘୀୟ ପ୍ରାର୍ଥନା ଗାଇବା ସହ ଦେଶ ଉଦ୍ଦେଶ୍ୟରେ ଦେଲେ ଏକତାର ବାର୍ତ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe