କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ  ସ୍ମରଣ କରିବା ପାଇଁ ଆଜି ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ  ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ ମୁଦ୍ରାରେ ଭାରତ ମାତାର ଏକ ମହିମାମୟ ପ୍ରତିଛବି ରହିଛି ।

Advertisment
RSS Coin 1
RSS Coin 1 Photograph: (google)

RSS ଦଶହରାରୁ ଏହାର ଶତବାର୍ଷିକୀ ବର୍ଷ କାର୍ଯ୍ୟକ୍ରମ ଆରମ୍ଭ କରୁଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ଅକ୍ଟୋବର ୨୦୨୫ରୁ ୨୦ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୭ଟି ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ RSS ମୁଖ୍ୟ ମୋହନ ଭାଗବତ ଆମେରିକା ଏବଂ କିଛି ୟୁରୋପୀୟ ଦେଶରେ ହେଉଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି ।