କନକ ବ୍ୟୁରୋ : ଜାତି ଜନଗଣନାକୁ ସମର୍ଥନ ଜଣାଇଲା ଆରଏସଏସ । ସମର୍ଥନ ସହ ସତର୍କ ବି କରାଇଛି ଆରଏସଏସ । ଲୋକସଭା ନିର୍ବାଚନା ପରେ ପରୋକ୍ଷ ହେଉ କିମ୍ବା ପ୍ରତ୍ୟେକ୍ଷରେ ମୋଦୀ ସରକାର ବିରୋଧୀ ମନ୍ତବ୍ୟ ଦେଇଆସୁଛି ରାଷ୍ଟ୍ରୀୟ ସୂୟଂ ସେବକ ସଂଘ । ଦେଶରେ ବିରୋଧୀ ଜାତି ଜନଗଣନା ନେଇ ଦାବି କରୁଥିବା ବେଳେ ଆରଏସଏସ ଏନେଇ ନିଜର ମତ ରଖିଛି । ଜାତି ଜନଗଣନାକୁ ସମର୍ଥନ କରିଛି ସଂଘ । ଏହି ଜନଗଣନା କଲ୍ୟାଣକାରୀ ଯୋଜନାର ଆବଶ୍ୟକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।  କିନ୍ତୁ ଜାତି ଭିତ୍ତିକ ଜନଗଣନାକୁ ନିର୍ବାଚନ ଉଦ୍ଦେଶ୍ୟରେ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ। ଜାତି ଭିତ୍ତିକ ଜନଗଣନା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି। ଆରଏସଏସର ମୁଖ୍ୟ ମୁଖପାତ୍ର ସୁନୀଲ ଆମ୍ବେଦକର କହିଛନ୍ତି, “ଜାତି ଭିତ୍ତିକ ଜନଗଣନା  ଗୋଟିଏ ସ୍ପର୍ଶକାତର ପ୍ରସଙ୍ଗ।  ଏହା ଆମର ଜାତୀୟ ଏକତା ଓ ଅଖଣ୍ଡତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।  ଅତ୍ୟନ୍ତ ଗୁରୁତ୍ୱର ସହ ଏହାକୁ ଦେଖିବାକୁ ପଡ଼ିବ। ବେଳେବେଳେ ସରକାରଙ୍କୁ ସଂଖ୍ୟାର ଆବଶ୍ୟକ ପଡ଼େ। ତେଣୁ ପୂର୍ବରୁ ସମାନ କାର୍ୟ୍ୟପନ୍ଥା ଆପଣ ଯାଇଥିଲା।”  ନିକଟରେ ଜାତି ଜନଗଣନାକୁ ଆରଏସଏସ ବିରୋଧ କରୁଥିବା ନେଇ କଂଗ୍ରେସ ଅଭିଯୋଗ ଲଗାଇଥିଲା । ଯାହାର ଜବାବ ଦେଇଛି ସଂଘ ।