କନକ ବ୍ୟୁରୋ: ସରକାରୀ ବାବୁଙ୍କ ଘରେ ଚାଲିଛି ମାରାଥନ ରେଡ। ଆଉ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ବି ଜବତ ହେଉଛି। ପ୍ରଶ୍ନ ଉଠୁଛି ସରକାରୀ ବାବୁଙ୍କ ପାଖେ କେଉଁଠୁ ଆସୁଛି ଏତେ ଟଙ୍କା। ଆଜି ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରୁ ୫ଶହ ଟଙ୍କିଆ ନୋଟ୍ ବିଡ଼ା ମିଳିଛି।
ଗତକାଲି ରାୟଗଡ଼ା କାଶିପୁର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୧୪ଲକ୍ଷ ୮୧ ହଜାର ଟଙ୍କା ଜବତ ହୋଇଥିବା ବେଳେ ଗଞ୍ଜାମ ବିଇଓଙ୍କ ଘରେ ରେଡ ବେଳେ ୬ଲକ୍ଷ ୫୦ହଜାର ଟଙ୍କା ଜବତ ହୋଇଥିଲା। ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଓ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀତମ ପାତ୍ରଙ୍କୁ ଘରୁ ପୁଳାପୁଲା ୫୦୦ ଓ ୨୦୦ ଟଙ୍କିଆ ନୋଟ ଜବତ କରାଯାଇଛି। ବଡ଼ କଥା ହେଉଛି କେବଳ ଚଢ଼ାଉରେ ଅଟକି ଯାଉଛି କି ଭିଜିଲାନ୍ସ? ଜବତ ପୁଳା ପୁଳା ଟଙ୍କାର ଉତ୍ସ ଖୋଜା ଯାଉନାହିଁ କି?
ସୂଚନା ମୁତାବକ, ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ। ଆୟଠୁ ଅଧିକ ଠୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ୱର ପଟିଆରେ ରହୁଥିବା ଫ୍ଲାଟ, କେନ୍ଦୁଝର ତେଲକୋଇରେ ଥିବା ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଓ ଏକ ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ତେଲକୋଇରେ ଥିବା ଘର, ଚମ୍ପୁଆରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଘରେ ରେଡ୍ ହେଉଛି। ତାଳଚେରରେ ଥିବା ଅଫିସ୍ ଓ ଘଟଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/JXLwx8YYG8p6yXtFgHg0.jpg)