ମାରିଜୁଆନା ମାୟାରେ ବାୟା ଯୁବପିଢ଼ି, କୋଟିଏ ଟଙ୍କିଆ ନିଶା ଡେଲିଭରି ଦେଉଛନ୍ତି ପଞ୍ଜାବୀ ସୁନ୍ଦରୀ

ମାରିଜୁଆନା ନିଶାରେ ଓଡ଼ିଶାର ଯୁବପିଢ଼ି । ବିମାନବନ୍ଦର ଦେଇ ଭୁବନେଶ୍ବର ଆସୁଛି ହାଇପ୍ରୋଫାଇଲ ନିଶା । ପଞ୍ଜାବୀ ସୁନ୍ଦରୀଙ୍କ ପୋଲ ଖୋଲି ଦେଲା କଷ୍ଟମ ବିଭାଗ । ବ୍ୟାଗରୁ ଚାରି କୋଟି ଟଙ୍କାର ମାରିଜୁଆନା । ରିମାଣ୍ଡରେ ଅଧିକ ତଥ୍ୟ ସଂଗ୍ରହ କରିପାରେ ଏସ୍‌ଟିଏଫ୍‌ । 

7PM7 - Marizuana

କନକ ବ୍ୟୁରୋ: ଆରତୀ ଶର୍ମାଙ୍କ ଘର ପଞ୍ଜାବ ଜଳନ୍ଧରରେ । ସେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ କାମ କରନ୍ତି । ଛୋଟରୁ ବଡ଼ ମଡେଲ ଗୋଟିଏ ଚୁଟକିରେ ଷ୍ଟେଜ୍‌କୁ ଆଣନ୍ତି । ପଞ୍ଜାବରେ ସେ ବେଶ ଜଣାଶୁଣା । ହେଲେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ଏହି ପଞ୍ଜାବୀ ସୁନ୍ଦରଙ୍କ ପୋଲ ଖୋଲି ଦେଲା କଷ୍ଟମ ବିଭାଗ । ମ୍ୟାଡମଙ୍କ ବ୍ୟାଗରୁ ମିଳିଲା୪ କୋଟି ଟଙ୍କାର ମାରିଜୁଆନା । ତାଙ୍କ ସାଙ୍ଗରେ ଥିଲେ ତାଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ମିଷ୍ଟର କରନ୍ । ସେ ଆରତୀ ମ୍ୟାଡାମଙ୍କ ହେଉଛନ୍ତି ଜଣେ ପଞ୍ଜାବୀ ସିଙ୍ଗର କୋର୍ଡିନେଟର । ଆଉ ନେଟୱର୍କ ସିଧା ଥାଇଲାଣ୍ଡରେ। ଭୁବନେଶ୍ୱରରେ ପହଞ୍ଚିବା ପରେ, ବେଙ୍ଗାଲୁରୁକୁ ପଠାଇଥାନ୍ତେ ଏହି ନିଶା । ଆଉ ଡିଲ୍‌ ପରେ, ପାଇଥାନ୍ତେ ମୋଟା ଅଙ୍କର ଟଙ୍କା । ପୁର୍ବରୁ ୬ ଥରରୁ ଅଧିକ ମାରିଜୁଆନା ଧରା ପଡିଛି । ଅଭିଯୁକ୍ତମାନେ ବାରମ୍ୱାର ଭୁବନେଶ୍ୱର ବିମାନବନ୍ଦରକୁ କାହିଁକି ଗଳାବାଟ ଭାବୁଛନ୍ତି ସେନେଇ ପ୍ରଶ୍ନ ଉଠିଛି । 
 

  • ରିମାଣ୍ଡରେ ଆସିବେ ମାରିଜୁଆନା ସୁନ୍ଦରୀ
  • ଡିଆର୍‌ଆଇ, କଷ୍ଟମ ବିଭାଗ ସହ ଘାଣ୍ଟିବ ଏସ୍‌ଟିଏଫ୍

ଲାଗ୍ ଲାଗ୍ ବିମାନ ବନ୍ଦରରୁ ବନ୍ଧା ହୋଇଥିବା ତିନୋଟି ମାମଲାରେ ଏସଟିଏଫ ଦୁବାଇ ଲିଙ୍କ ପାଇଛି । ପଞ୍ଜାବର ଜଣେ ଦଲାଲ ସାଇମନ୍ ପିଟର ଥାଇଲାଣ୍ଡରେ ବସି ଭାରତକୁ ମାଲ୍ ପଠାଉଛି । ଏଜେଣ୍ଟ ମାନଙ୍କୁ କାମ ପୂର୍ବରୁ ୬୦ ଲକ୍ଷ ଅଗ୍ରିମ, ଫ୍ଲାଇଟ୍ ଟିକେଟ୍ ଓ ହୋଟେଲ ରହଣି ବି ମାଗଣାରେ ମିଳୁଛି । ଦୁବାଇ ଆକାଉଣ୍ଟରୁ ଟଙ୍କା କାରବାର ପରେ, ଏହି ତଥ୍ୟ ପାଇଛି ଏସଟିଏଫ୍ । ଏନେଇ କଷ୍ଟମ, ଡିଆରଆଇ ସହ ମିଶି ଏହି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । 
 
ବନ୍ଧା ହୋଇଥିବା ଅଭିଯୁକ୍ତ ମାନେ ପ୍ରଥମ ଥର ପାଇଁ ଧରା ପଡିଛନ୍ତି ସତ। କିନ୍ତୁ ପୁର୍ବରୁ ଏକାଧିକ ଥର ଥାଇଲାଣ୍ଡ ଯିବା ଆସିବା କରିଥିବା ପାସପୋର୍ଟ ଯାଞ୍ଚ ବେଳେ ଜଣା ପଡିଛି । ହେଲେ ପୁର୍ବରୁ କେମେିତି ଜାଣି ପାରୁନଥିଲା ତଦନ୍ତକାରୀ ସଂସ୍ଥା ତାହାକୁ ନେଇ ପ୍ରଶ୍ନ ଉଠିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe