କନକ ବ୍ୟୁରୋ : ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଶୁଭାରମ୍ଭ ହୋଇଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ମିଳିଲା ୩୫ ଶହ ଟଙ୍କା ଭତ୍ତା । ଏହା ଦ୍ବାରା ଲାଭବାନ ହେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ଆଜି ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପରିବର୍ତ୍ତେ ୩୫୦୦ ଟଙ୍କାର ଭତ୍ତା ବାଣ୍ଟିଛନ୍ତି । ଆଜିଠାରୁ ଏହା ଆରମ୍ଭ ହୋଇଥିବାବେଳେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ୩୫୦୦ ଟଙ୍କାକୁ ଵୃଦ୍ଧି କରାଯାଇଛି ।
୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୩୫ ଶହ ଟଙ୍କା ଭତ୍ତା । ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ୍ତ
ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଶୁଭାରମ୍ଭ ହୋଇଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ମିଳିଲା ୩୫ ଶହ ଟଙ୍କା ଭତ୍ତା ।
/kanak/media/media_files/2025/01/15/mfGzqJeLO2WXQeUdJZuj.jpg)