ଜଳ ଯୋଗାଣ ପ୍ରକଳ୍ପ ନାଁରେ ଖୋର୍ଦ୍ଧାରେ ମହା କେଳେଙ୍କାରୀ । ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ, ଭାଙ୍ଗି ଗଲାଣି ଷ୍ଟାଣ୍ଡ ପୋଷ୍ଟ । ପାଣିରେ ପଡିଲା ୨୫୪ କୋଟି ଟଙ୍କା

Advertisment

ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ମେଗାୱାଟର ପ୍ରୋଜେକ୍ଟ ନିର୍ମାଣ କରିଥିଲେ। ଯେଉଁଥିରେ ମହନଦୀରୁ ହାଇ ପ୍ରେସର ପମ୍ପ ସାହାଯ୍ୟରେ ପାଣି ଉଠାଯାଇ ତାକୁ ବିଶୁଦ୍ଧ କରାଯାଇ ଗାଁ ଗାଁ ତଥା ପ୍ରତ୍ୟେକ ଘରକୁ ଛଡ଼ାଯିବ ।

ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ମେଗାୱାଟର ପ୍ରୋଜେକ୍ଟ ନିର୍ମାଣ କରିଥିଲେ। ଯେଉଁଥିରେ ମହନଦୀରୁ ହାଇ ପ୍ରେସର ପମ୍ପ ସାହାଯ୍ୟରେ ପାଣି ଉଠାଯାଇ ତାକୁ ବିଶୁଦ୍ଧ କରାଯାଇ ଗାଁ ଗାଁ ତଥା ପ୍ରତ୍ୟେକ ଘରକୁ ଛଡ଼ାଯିବ ।

123ୂ

କନକ ବ୍ୟୁରୋ : ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ମେଗାୱାଟର ପ୍ରୋଜେକ୍ଟ ନିର୍ମାଣ କରିଥିଲେ। ଯେଉଁଥିରେ ମହନଦୀରୁ ହାଇ ପ୍ରେସର ପମ୍ପ ସାହାଯ୍ୟରେ ପାଣି ଉଠାଯାଇ ତାକୁ ବିଶୁଦ୍ଧ କରାଯାଇ ଗାଁ ଗାଁ ତଥା ପ୍ରତ୍ୟେକ ଘରକୁ ଛଡ଼ାଯିବ । ଲୋକେ ପାଇବେ ବିଷୁଦ୍ଧ ଜଳ । ତେବେ ବିଶୁଦ୍ଧ ଜଳ ଦେବାକୁ କହି ଜଳକା କରୁଛି ଜଳସେଚନ ବିଭାଗ । 

ଖୋର୍ଦ୍ଧା ଜିଲା ବେଗୁନିଆ ବୋଲଗଡ଼କୁ ଘରେ ଘରେ ପାଣି ଯୋଗାଇବା ପାଇଁ ବୋଲଗଡ଼ ବ୍ଲକ ସାନ ନୟାପଲ୍ଲୀରେ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ ଚାଲିଛି । ପାଖାପାଖି ୭ ଏକର ପରିଧି ମଧ୍ୟରେ ନିର୍ମାଣ କରାଯାଇଥିଲା ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ୨୫୪ କୋଟି ଟଙ୍କାର ଅଟକଳ ଅନୁମୋଦନ ହୋଇଥିଲା । ଔଗଉ କମ୍ପାନୀ ଏହି କାମର ଦାୟିତ୍ବ ମଧ୍ୟ ନେଇଥିଲା ।  ବଡ଼ କନଷ୍ଟ୍ରକ୍ସନ, ମେସିନ, ଜଳ ବିଶୋଧନାଗାର ପାଇଁ ବ୍ୟବସ୍ଥା, ଜଳ ସଂରକ୍ଷଣ ପାଇଁ ସ୍ଥାନ ଆଦି ଏହି ପରିଧି ଭିତରେ ନିର୍ମାଣ ହୋଇଛି । ସେହିପରି ଗାଁ ଗାଁରେ ରାସ୍ତା, ସାହି ମଝି, ସବୁ ଖୋଳା ହୋଇ ପାଇପ ବି ବସି ସାରିଛି । ଘରକୁ ଟ୍ୟାପ ସଂଯୋଗ ପାଇଁ ଠିକାଦାର ମାନେ ଦୁଆରେ ଦୁଆରେ ପିଣ୍ଡି କରି ଯାଇଛନ୍ତି । ହେଲେ ପାଣିର ଦେଖା ଦର୍ଶନ ନାହିଁ ।

ପାଇପ ଜଳ ଯୋଗାଣ ପାଇଁକୋଟି କୋଟି ଟଙ୍କା ଖର୍ଚ ହୋଇଛି । ମହାନଦୀର ବୈଦେଶ୍ୱର ଠାରୁ ପାଣି ଆସିବା ପାଇଁ ମହାନଦୀର କୁଳରେ ହାଇ ପ୍ରେସର ପମ୍ପ ଲାଗି ସେଠିବି ନିର୍ମାଣ ହୋଇଛି । ହେଲେ କେବେ ଉଠିବ ପାଣି  ତା ଉପରେ ପ୍ରଶ୍ନ ବାଛି ସୃଷ୍ଟି ରହିଛି । 

ମେଗା ପ୍ରୋଜେକ୍ଟ ପାଇଁ ଏବେ ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି ସମସ୍ୟା । ପେଟି ଠିକାଦାରମାନେ ଘର ଘରକୁ ପାଇପ ମାଧ୍ୟମରେ ପାଣି ଯୋଗାଇବା ପାଇଁ ରାସ୍ତା ଖୋଳି ଦେଇଥିବାରୁ ଅବସ୍ଥା ଆହୁରି ଖରାପ ହୋଇଛି । ଏଥିସହ କେଉଁଠି ଟ୍ୟାପ ଭାଙ୍ଗିଗଲାଣି ତ ପୁଣି କେଉଁଠି ସମ୍ପୂର୍ଣ୍ଣ ଖୁଣ୍ଟି ଉପୁଡି ପଡ଼ିଲାଣି । ଯାହା ଫଳରେ ହୀନସ୍ତା ଭୋଗୁଛନ୍ତି ସାଧାରଣ ଜନତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe