ଦେଶୀ ଭାଟିରୁ ଆଦାୟ ହୋଇଛି ୨୨୭ କୋଟି ରାଜସ୍ୱ ; ଉତ୍ତର ଦେଲେ ଅବକାରୀ ମନ୍ତ୍ରୀ

ଦେଶୀ ମଦ କରୁଛି ମାଲାମାଲା । ଚଳିତ ଆର୍ଥିକ ବର୍ଷରେ ଦେଶୀ ଭାଟିରୁ ଆଦାୟ ହୋଇଛି ୨୨୭ କୋଟିର ରାଜସ୍ୱ । ବିଧାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଲେ ମନ୍ତ୍ରୀ ।

lll

କନକ ବ୍ୟୁରୋ: ଚଳିତ ଆର୍ଥିକ ବର୍ଷରେ ଦେଶୀଭାଟି ମାନଙ୍କରୁ ଅଧିକ ରାଜସ୍ୱ ଆଦାୟ ହୋଇଛି। ୨୨୭ କୋଟି ରାଜସ୍ୱ ଆଦାୟ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଯାହାକି ରାଜ୍ୟର ଅବକାରୀ ରାଜସ୍ୱର ୯ ଶତାଂଶ ବୋଲି ମନ୍ତ୍ରୀ କହିଛନ୍ତି। 

ବେଆଇନ ମଦ ବିକ୍ରି ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ନୀଳମାଧବ ହିକକା। ଦେଶୀ ଭାଟି ବିକ୍ରିରୁ କେତେ ରାଜସ୍ୱ ମିଳିଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ଦେଶୀମଦ ଭାଟି ଗୁଡିକରେ ପାଉଚ୍ ଉତ୍ପାଦନ ପାଇଁ ୪୯୦ ଗୋଟି ମଦ ଭାଟିକୁ ଲାଇସେନ୍ସ ଦିଆଯାଇଅଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୨୩ କୋଟି ଲିଟର ଦେଶୀ ମହୁଲି ମଦ ଉତ୍ପାଦନ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ନେଇଛି ୨୩୧ ଜୀବନ। 

-    ୧୯୯୨ରେ କଟକରେ ବିଷାକ୍ତ ମଦ ପିଇ ୧୩୪ ଜଣଙ୍କ ଜୀବନ ଯାଇଛି
-    ୨୦୦୧ରେ ପୁରୀରେ ୨୦ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ
-    ୨୦୦୬ରେ ଗଞ୍ଜାମ ଜିଲ୍ଲାରେ ୧୯ ଜଣଙ୍କ ଜୀବନ ଯାଇଛି
-    ୨୦୦୯ ରେ ଖୋର୍ଦ୍ଧାରେ ୩ ଓ ବଲାଙ୍ଗୀରରେ ୭ ଜଣଙ୍କ ମୃତ୍ୟୁ
-    ୨୦୧୨ରେ ଟୁକୁଲିପଡ଼ାରେ ୪୧ ଜଣଙ୍କ ଜବୀନ ଯାଇଛି
-    ୨୦୧୯ ମସିହାରେ ଭଦ୍ରକ ତିହିଡିରେ ୭ ଜଣଙ୍କ ଜୀବନ ନେଇଛି ବିଷାକ୍ତ ମଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe