ଏମସିଏକ୍ସ ସିଟି ନାଁରେ ୧୨ଶହ କୋଟିର ଠକେଇ ଅଭିଯୋଗ ମାମଲା ; ଏଜେଣ୍ଟଙ୍କୁ ଧମକାଉଛନ୍ତି ମ୍ୟାନେଜର

ସମ୍ବଲପୁରରେ ଏମସିଏକ୍ସ ସିଟି ନାଁରେ ୧୨ଶହ କୋଟିର ଠକେଇ ମାମଲା ।  ସାମ୍ନାକୁ ଆସିଲା ନୂଆ ଭିଡିଓ । ଏଜେଣ୍ଟଙ୍କୁ ଧମକାଉଛନ୍ତି ମ୍ୟାନେଜର। ମାଡ଼ ହେଲେ ନିଜେ ସମ୍ଭାଳିବାକୁ ଦେଉଛନ୍ତି ଧମକ ।

କନକ ନ୍ୟଜ+

କନକ ନ୍ୟଜ+ Photograph: (କନକ ନ୍ୟଜ୍)

କନକ ବ୍ୟୁରୋ: ସମ୍ବଲପୁର କୁଲଥକାନୀ ଏମସିଏକ୍ସ କମୋଡିଟି ଠକେଇ ମାମଲାରେ ସାମ୍ନାକୁ ଆସିଛି ନୂଆ ଭିଡିଓ । ଯେଉଁଥିରେ ସଂସ୍ଥାର ମ୍ୟାନେଜର ସନ୍ତୋଷ କୁମାର ଆଚାର୍ୟ୍ୟ ତାଙ୍କ ଏଜେଣ୍ଟଙ୍କୁ ଧମକ ଦେଇ କଥା ହେଉଛନ୍ତି । ଭିଡିଓରେ ସେ କହୁଛନ୍ତି, ‘ଆପଣଙ୍କୁ ମାଡ଼ ହେଲେ ନିଜେ ସମ୍ଭାଳନ୍ତୁ’ । ଗ୍ରାହକ ଟଙ୍କା ମାଗିଲେ ନିଜେ ଭରସା ଦିଅନ୍ତୁ । ଏହା ସହ ସେ କହୁଛନ୍ତି, ମାର୍କେଟ୍ ଡାଉନ୍‌ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ବିବ୍ରତ ହୁଅନ୍ତୁ ନାହିଁ । ଏତେ ଟଙ୍କା ଶୀଘ୍ର ଦେବା ସମ୍ଭବ ନୁହେଁ। ସସସ୍ତେ ଏକା ଥରେ ଫୋନ କଲେ ଉଠାଇବା ସମ୍ଭବ ହେଉନାହିଁ। ଗ୍ରାହକଙ୍କୁ ବୁଝାଇ ରଖନ୍ତୁ। ସମାଧାନର ବାଟ ନିଶ୍ଚିୟ ଫିଟିବ। 

ଅନ୍ୟପଟେ ନିବେଶକ ସେମାନଙ୍କ ଟଙ୍କା ଫେରି ପାଇବାକୁ ଚାହୁଁଛନ୍ତି ହେଲେ ମ୍ୟାନେଜରଙ୍କ ଦେଖା ମିଳୁନି ବୋଲି ନିବେଶକ ଅଭିଯୋଗ କରୁଛନ୍ତି । ଗତ ୧୬ ତାରିଖରେ ଏମ୍‌ସିଏକ୍ସ କ୍ରାଇସିସ୍‌ କମିଟି ୧୨୦୦ କୋଟି ଟଙ୍କା ଠକେଇ କରିଥିବା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ କମ୍ପାନୀ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ୫୦୦ରୁ ଅଧିକ ଲୋକ ଏଭଳି ଠକେଇର ଶିକାର ହୋଇଛନ୍ତି । ବାହାରେ ରହୁଥିବା ଓଡିଆ ମଧ୍ୟ ଠକେଇରେ ପଡିଛନ୍ତି । ସିକିମ, ସ୍ବିଜରଲାଣ୍ଡ, ଛତିଶଗଡ, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଠକେଇ କରିଛନ୍ତି ଠକ। ଏଥିରେ କିଛି ସରକାରୀ କର୍ମଚାରୀ ମଧ୍ୟ ଟଙ୍କା ଲଗାଇଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe