କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବକଙ୍କୁ ବାଣ୍ଟିଲେ ୫୧.୦୦୦ ନିଯୁକ୍ତି ପତ୍ର । ରୋଜଗାର ମେଳାରେ ପିଏମ ମୋଦୀ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଦେଶର ୪୭ ସହରରେ ଆଜି ରୋଜଗାର ମେଳା ଆୟୋଜନ ହୋଇଛି । ଏହି ସମୟରେ ପିଏମ ମୋଦୀ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟି ଦେଶର ଯୁବକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏଥିସହିତ ଭିଡିଓ କନ୍ସଫରେନ୍ସ ମାଧ୍ୟମରେ ଯୁବକଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଏବଂ ସଚ୍ଚୋଟ ନିଯୁକ୍ତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର ଲକ୍ଷ ଲକ୍ଷ ଯୁବକ ଏପରି ନିଯୁକ୍ତି ମେଳା ମାଧ୍ୟମରେ ଚାକିରି ପାଇଛନ୍ତି ଏବଂ ଆଜି ସେମାନେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଉଛନ୍ତି । ମୋଦୀ କହିଥିଲେ ଯେ ଆମର ମନ୍ତ୍ର ହେଉଛି... 'ବିନା ଫର୍ମ, ବିନା ଖର୍ଚ୍ଚ'।
ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଉଥିବା ଏହି ଯୁବକମାନେ ଆଗାମୀ ସମୟରେ ଦେଶର ବିକାଶର ଗତିକୁ ତ୍ୱରାନ୍ୱିତ କରିବେ । ମୋଦୀ କହିଥିଲେ ଯେ କେତେକ ଦେଶକୁ ସୁରକ୍ଷା ଦେବେ, କେତେକ 'ସବକା ସାଥ, ସବକା ବିକାଶ'ର ପ୍ରକୃତ ସୈନିକ ହେବେ। କେତେକ ଆର୍ଥିକ ଅନ୍ତର୍ଭୁକ୍ତି ମିଶନକୁ ମଜବୁତ କରିବେ, ଆଉ କିଛି ଶିଳ୍ପ ବିକାଶରେ ଯୋଗଦାନ ଦେବେ । ମୋଦୀ ଏହା ମଧ୍ୟ କହିଥିଲେ ଯେ ନିଯୁକ୍ତି ପାଉଥିବା ଯୁବକମାନଙ୍କର ବିଭାଗ ଭିନ୍ନ ଥିଲେ ମଧ୍ୟ ସେମାନଙ୍କର ଲକ୍ଷ୍ୟ ସମାନ ଦେଶ ସେବା କରିବା ।