କନକ ବ୍ୟୁରୋ : ଓଡ଼ିଶାର ପ୍ରମୁଖ ମଲ୍ଟି-ସ୍ପେଶାଲିଟି ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର, ଭୁବନେଶ୍ୱର, ତାଙ୍କର ଅଦ୍ୱିତୀୟ ଏବଂ ଆଧୁନିକ ବିଶ୍ୱସ୍ତରିୟ ରୟାଲ୍ ସୁଇଟ୍ସ୍ ର ଉଦ୍ଘାଟନ କରି ଗର୍ବ ଅନୁଭବ କରିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆୟୋଜିତ ହୋଇଥିଲା । ଯେଉଁଠି ସମ୍ମାନିତ ଓଡ଼ିଶା ସରକାରରଙ୍କର ଆଇନ, କାର୍ଯ୍ୟ ଓ ଅବକାରୀ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ହସ୍ପିଟାଲର ପଞ୍ଚମ ମହଲକ୍ଷରେ ଥିବା ଏହି ରୟାଲ ସୁଇଟସ୍ ଗୁଡିକୁ ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ସହିତ ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ଉନ୍ନତ ଓ ସୁବିଧାଯୁକ୍ତ ବିଶ୍ଵ ସ୍ତରୀୟ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି, ଯାହା ଉତ୍କଳ ହସ୍ପିଟାଲର ଉତ୍ତମ ଚିକିତ୍ସା ସେବା ଓ ରୋଗୀ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଜ୍ଞାନ ରଞ୍ଜନ ଘଡେଇ, ନିର୍ଦ୍ଦେଶକ ସୁବ୍ରତ କୁମାର ଦାସ, ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ପଣ୍ଡା, ନିର୍ଦ୍ଦେଶକ ଡାକ୍ତର ରବିନ୍ଦ୍ର କୁମାର ମହାପାତ୍ର, ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର, ସିଇଓ ବି,କେ ସୁବୋଧ ସିଂ, ସିଓଓ ଶ୍ରୀ ମାନବ, ସିଏଫଓ ଅରୁଣ ଖିଲାର, ଏକାଡେମିକ ଡିନ୍ ପ୍ରଫେସର ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ ।
ଉତ୍କଳ ହସ୍ପିଟାଲ ସର୍ବଦା ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଓ ସୁବିଧାର ମାଧ୍ୟମରେ ଓଡ଼ିଶାରେ ଆଧୁନିକ ଚିକିତ୍ସା ସେବା ଦେବାରେ ପ୍ରତିବଦ୍ଧ। ଆଜିର ବିଶ୍ଵ ସ୍ତରୀୟ ରୟାଲ୍ ସୁଇଟ୍ସ୍ ଉଦ୍ଘାଟନ ଏହି ଉଦ୍ଦେଶ୍ୟ ପ୍ରତି ଗଭୀର ପଦକ୍ଷେପ ।