କନକ ବ୍ୟୁରୋ: ଆଜି ଶ୍ରୀଶଙ୍କରାଚାର୍ଯ୍ୟଙ୍କ ମଠରେ ହେବ ରାଜପରିବାରଙ୍କ ମେଳି । ରାଜ୍ୟର ୧୮ ଅଞ୍ଚଳରୁ ରାଜପରିବାରର ସଦସ୍ୟମାନେ ଏକାଠି ହେବେ । ଏଭଳି ରାଜପରିବାରଙ୍କ ମେଳିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । କଣ ପାଇଁ ରାଜପରିବାର ମେଳି ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ଅବହେଳିତ ହୋଇ ପଡ଼ିଥିବା ମନ୍ଦିର ଓ ମଠର ପୁନରୁଦ୍ଧାର କିଭଳି ହୋଇ ପାରିବ ସେନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ରାଜାଙ୍କ ଦ୍ବାରା ପରିଚାଳିତ ମନ୍ଦିରଗୁଡ଼ିକର ଏବେ ସ୍ଥିତି କଣ ଅଛି ତାହା ଉପରେ ମଧ୍ୟ ଆଲୋଚନା ହେବ । ଏହା ପରେ ପୁନରୁଦ୍ଧାର ନେଇ ବାଟ ବାହାରିବ ବୋଲି ଜଣାପଡ଼ିଛି। ଏହା ସହ ଏକାଧିକ ଏଜେଣ୍ଡା ରହିଥିବା କୁହାଯାଉଛି ।