ମହାରାଷ୍ଟ ପାଇଁ ମାଳମାଳ ପ୍ରତିଶ୍ରୁତି ; ନିର୍ବାଚନ ପାଇଁ ମାନିଫେଷ୍ଟୋ ଯୁଦ୍ଧ

ମହାରାଷ୍ଟ ବିଜୟ ପାଇଁ ରାଜନୈତିକ ଦଳର ସଜବାଜ । ସଂକଳ୍ପପତ୍ର ଜାରି କଲା ବିଜେପି । ଦେବେନ୍ଦ୍ର ଫଡନାଭିସ କହିଲେ, ଇସ୍ତାହାର ନୁହେଁ ବିକଶିତ ମହାରାଷ୍ଟ୍ରର ରୋଡମ୍ୟାପ୍ । ସେପଟେ ମାଳମାଳ ପ୍ରତିଶ୍ରୁତି ଦେଲା ମହାବିକାଶ ଅଘାଡ଼ି

21aaaaaaaa

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବିଜେପି ଜାରୀ କରିଛି ସଂକଳ୍ପପତ୍ର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ଘୋଷଣା କରିଛି ସଂକଳ୍ପପତ୍ର । ମୁମ୍ବାଇ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପପତ୍ର ଜାରି କରିଛନ୍ତି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେ, ମୁମ୍ବାଇ ବିଜେପି ମୁଖ୍ୟ ଆଶିଷ ଶେଲାର, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ନଭେମ୍ବର ୨୦ରେ ମହାରାଷ୍ଟ୍ର ନିର୍ବାଚନ।

ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି :

ଯୁବକଙ୍କୁ ୨୫ ଲକ୍ଷ ନୂଆ ନିଯୁକ୍ତି 
ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା 
ଚାଷୀଙ୍କ ଋଣ ଛାଡ଼ 
ଚାଷୀଙ୍କ ପାଇଁ ଅଣାଯିବ ଭବନ୍ତର ଯୋଜନା
ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କାରୁ ୨୧୦୦ ଟଙ୍କାକୁ ବୃଦ୍ଧି 
ରାଜ୍ୟରେ ଖୋଲିବ ଦକ୍ଷତା କେନ୍ଦ୍ର
 

ସେପଟେ ବିଜେପିକୁ ଟକ୍କର ଦେଇ ଆଜି ମହାବିକାଶ ଅଘାଡି ମେଣ୍ଟ ମଧ୍ୟ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି । ସବୁବର୍ଗକୁ ଦୃଷ୍ଟିରେ ରଖି ମାଳ ମାଳ ପ୍ରତିଶ୍ରୁତି ଦିଆଯାଇଛି ନିଜ ଘୋଷଣାପତ୍ରରେ ମହାବିକାଶ ଅଘାଡି ମେଣ୍ଟ ୫ଟି ମୁଖ୍ୟ ପ୍ରତିଶ୍ରୁତି ଦେଇଛି । ନିର୍ବାଚନୀ ଇସ୍ତାହାର ଜାରି କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ । ଭୋଟର ଭାବିଚିନ୍ତି ଭୋଟ ଦେଇ ପ୍ରତିନିଧି ବାଛନ୍ତୁ ।
ପ୍ରତ୍ୟକ ମହିଳାଙ୍କୁ ପ୍ରତିମାସରେ ୩ହଜାର ଟଙ୍କା
୨୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟବୀମା
ଗ୍ରାଜୁଏଟ ଓ ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ପ୍ରତିମାସରେ ୪୦ଜାର ଟଙ୍କା 
ଚାଷ, ସହରୀ ବିକାଶ, ସ୍ୱାସ୍ଥ୍ୟ,ମହିଳା ଓ ଯୁବକଙ୍କ ଉପରେ ଅଧିକ ଫୋକସ 
ସରକାର ଗଢ଼ିଲେ ଜାତିଭିତିକ ଜନଗଣନା କରାଯିବ
୫୦ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଯିବ
ଚାଷୀଙ୍କୁ ୩ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ମାଫ୍ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe