କନକ ବ୍ୟୁରୋ : ଟ୍ରେଲର ରିଲିଜ ପୂର୍ବରୁ କଟକଣା, ବିବାଦ ଓ ଚର୍ଚ୍ଚା । ରିଲିଜ ଅପେକ୍ଷାରେ ଥିବା ଦ ବେଙ୍ଗଲ ଫାଇଲ୍ସକୁ କଡ଼ା ବିରୋଧ କରିବା ସହ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଯାହାର ଉତ୍ତର ଦେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିବେକ ଅଗ୍ନିହୋତ୍ରୀ । ସିନେମାର ପ୍ରମୋସନ ପାଇଁ ଆମେରିକା ଯାଇଥିବା ବିବେକ ସେଠାରୁ ହିଁ ଏକ ଭିଡିଓ ବାର୍ତ୍ତା ଜାରି କରି ମମତା ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।
ପଶ୍ଚିମବଙ୍ଗରେ ‘ଦ ବେଙ୍ଗଲ ଫାଇଲ୍ସ’ ଝଡ଼
ମମତା ସରକାର ସିନେମାକୁ ପ୍ରଥମ ଦିନରୁ ବିରୋଧ କରୁଛନ୍ତି
ବଙ୍ଗରେ ସୁଟିଂ ପାଇଁ ଅନୁମତି ଦେଇନଥିଲେ
ସତ ଲୁଚାଇବାକୁ ସ୍ବରକୁ ଦମନ କରାଯାଉଛି
ପଶ୍ଚିମବଙ୍ଗର କଳା ଅଧ୍ୟାୟକୁ ଦେଖାଇବାକୁ ଆମେ ଚାହୁଛୁ
ସିନେମାକୁ ବିରୋଧ କରି ସତ ଲୁଚାଇବାକୁ ଚାପ ପଡ଼ୁଛି
ଦ କାଶ୍ମୀର ଫାଇଲ୍ସ ପରି ସତ୍ୟ ଘଟଣା ଓ ସାମାଜିକ ପ୍ରସଙ୍ଗ ଉପରେ ସିନେମା ନିର୍ମାଣ କରି ଚର୍ଚ୍ଚାରେ ରହିଥିଲେ ବିବେକ ଅଗ୍ନିହୋତ୍ରୀ । ଏଥରକ ମଧ୍ୟ ସମାନ ଏକ୍ସପେରିମେଣ୍ଟ କରି ଦ ବେଙ୍ଗଲ ଫାଇଲ୍ସ ନିର୍ମାଣ କରିଛନ୍ତି । ଯେଉଁଥିରେ ୭୮ବର୍ଷ ପୂର୍ବ ପଶ୍ଚିମବଙ୍ଗ ନରସଂହାର କଥାକୁ ଦର୍ଶାଯାଇଛି । ମମତା ସରକାର କହିଛନ୍ତି, କାହାଣୀରେ ମିଛ ତଥ୍ୟ ଦିଆଯାଇ ପଶ୍ଚିମବଙ୍ଗର ଛବିକୁ ଖରାପ କରିବାକୁ ପ୍ରୟାସ କରାଯାଉଛି । ତେବେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯାହା ବି ହେଉ ସିନେମାର ପ୍ରଥମ ଟ୍ରେଲର କୋଲକାତାରେ ହିଁ ରିଲିଜ କରାଯିବ ।