JCSSI ବାର୍ଷିକ ସମାରୋହ, ସୁରକ୍ଷା କ୍ଷେତ୍ରରେ ସେଲ୍ ଓ ରାଉରକେଲା ଇସ୍ପାତ କାରଖାନାକୁ ଅନେକ ପୁରସ୍କାର

୨୦୨୪ କ୍ୟାଲେଣ୍ଡର ବର୍ଷରେ ସମନ୍ବିତ ଇସ୍ପାତ କାରଖାନାରେ ଶୂନ୍ଯ ଦୁର୍ଘଟଣା ହାସଲ ନିମନ୍ତେ ଯୋଜନା-୧ ଅନ୍ତର୍ଗତ ଏହି ସମ୍ମାନ ପାଇଛି  ରାଉରକେଲା ଇସ୍ପାତ କାରଖାନା । ସମନ୍ବିତ ଇସ୍ପାତ କାରଖାନାର ବିଭିନ୍ନ ଜୋନ୍‌ରେ ଶୂନ୍ୟ ପ୍ରାଣଘାତକ ଦୁର୍ଘଟଣା ବର୍ଗ ଅଧୀନରେ RSP ୨୦୨୩ ଓ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ବହୁ ପୁରସ୍କାର ହାସଲ କରିଛି ।

RSP

କନକ ବ୍ୟୁରୋ: ସେଲ୍, ରାଉରକେଲା ଇସ୍ପାତ କାରଖାନା (RSP)କୁ ଅନୁକରଣୀୟ ସୁରକ୍ଷା ରେକର୍ଡର ସ୍ଵୀକୃତି ସ୍ଵରୂପ ଇସ୍ପାତ ସୁରକ୍ଷା ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି । ୨୦୨୪ କ୍ୟାଲେଣ୍ଡର ବର୍ଷରେ ସମନ୍ବିତ ଇସ୍ପାତ କାରଖାନାରେ ଶୂନ୍ଯ ଦୁର୍ଘଟଣା ହାସଲ ନିମନ୍ତେ ଯୋଜନା-୧ ଅନ୍ତର୍ଗତ ଏହି ସମ୍ମାନ ପାଇଛି  ରାଉରକେଲା ଇସ୍ପାତ କାରଖାନା । ସମନ୍ବିତ ଇସ୍ପାତ କାରଖାନାର ବିଭିନ୍ନ ଜୋନ୍‌ରେ ଶୂନ୍ୟ ପ୍ରାଣଘାତକ ଦୁର୍ଘଟଣା ବର୍ଗ ଅଧୀନରେ RSP ୨୦୨୩ ଓ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ବହୁ ପୁରସ୍କାର ହାସଲ କରିଛି । ଏହା ବର୍ଷ ୨୦୨୩ ପାଇଁ ୩ଟି ପୁରସ୍କାର ଏବଂ ବର୍ଷ ୨୦୨୪ ପାଇଁ ୭ଟି ପୁରସ୍କାର ଲାଭ କରିଛି ଯେଉଁଥରେ ୨୦୨୪ ପାଇଁ ସମନ୍ବିତ ଇସ୍ପାତ କାରଖାନା ବର୍ଗରେ ଶୂନ୍ୟ ପ୍ରାଣହାନୀ ଅନ୍ତର୍ଭୁକ୍ତ ଅଟେ । 

SMS-୧ ବିଭାଗର ସିଜିଏମ ବି ସୁନୀଲ କାର୍ଥା, ସୁରକ୍ଷା ଏବଂ ଅଗ୍ନିଶମ ସେବା ବିଭାଗର ସିଜିଏମ ସୁଶ୍ରୀ ଆଶା ଏସ. କାର୍ଥା, କୋକ୍ ଓଭେନ ବିଭାଗର ଡିଜିଏମ ବି ସି ସାହୁ, ଏସ ଆଣ୍ଡ ଏଫ ବିଭାଗର ସିନିୟର ମ୍ୟାନେଜର ଅରୁଣ ସାହୁ, ନୂତନ ପ୍ଲେଟ ମିଲ ବିଭାଗର ଡେପୁଟି ମ୍ୟାନେଜର ପି . କେ ପାଲ, ସୁରକ୍ଷା ବିଭାଗର ଡେପୁଟି ମ୍ୟାନେଜର ଆର. ଏନ ପାଣିଗ୍ରାହୀ, ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି କେ ବେହେରା ଏବଂ ଓଡ଼ିଶା ଗ୍ରୁପ୍‌  ଅଫ ମାଇନ୍ସ BMSର ସାଧାରଣ ସମ୍ପାଦକ  କେ ସି ପଣ୍ଡା, ଆରଏସପି ପକ୍ଷରୁ ପ୍ରତିନିଧୃତ୍ବ କରି JCSSIର ଉପାଧ୍ୟକ୍ଷ ଏବଂ SSOର ନିର୍ବାହୀ ନିର୍ଦ୍ଦେଶକ ଅନୁପ କୁମାରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ସମାରୋହରେ ଇଏମଡି ବିଭାଗର ସିଜିଏମ ଗୌତମ ଭାଟିଆ, ଜାତୀୟ ସୁରକ୍ଷା ପରିଷଦର ନିର୍ଦ୍ଦେଶକ  ଆର .ଡି ଦେବଗଡେ, JCSSIର ସଦସ୍ୟ ସଚିବ ତଥା ସୁରକ୍ଷା ବିଭାଗର ସିଜିଏମ ଏସ ବଶିଷ୍ଟଙ୍କ ସମେତ ବରିଷ୍ଠ ଟ୍ରେଡ୍ ୟୁନିଅନ୍ ର ପ୍ରମୁଖ ପ୍ରତିନିଧୂମାନେ ଉପସ୍ଥିତ ଥିଲେ।

କ୍ରମାଗତ ଭାବେ ୨୦୨୩ ଏବଂ ୨୦୨୪ ମସିହାରେ ଲଗାତାର ଦୁଇ ବର୍ଷ ପାଇଁ କୋଲ, କୋକ୍ ଏବଂ କେମିକାଲ , ବ୍ଲାଷ୍ଟ ଫଣ୍ଡେସ୍, କ୍ଲାଗ୍ ଗ୍ରାନୁଲେସନ୍ ପ୍ଲାଣ୍ଟ, ସିଣ୍ଟର ପ୍ଲାଣ୍ଟ କଞ୍ଚାମାଲ ବିଭାଗ, ଏସଏମଏସ ବିଭାଗ, ସିସିଏସ, ରୋଲିଂ ମିଲ୍, ସିଏମ, ୟୁଟିଲିଟି, ସର୍ଭିସେସ, ରେଳ ଏବଂ ସଡ଼କ ଟ୍ରାଫିକ୍ ବିଭାଗଗୁଡିକ ଏହି ସମ୍ମାନଜନକ ପୁରସ୍କାର ଅର୍ଜନ କରିଥିଲେ ।
ଏହି ସ୍ବୀକୃତିଗୁଡ଼ିକ RSPର ଦୃଢ଼ ସୁରକ୍ଷା ସଂସ୍କୃତି, ସୁଦୃଢ ପ୍ରୋଟୋକଲ ଏବଂ ଏହାର ସମସ୍ତ କର୍ମଚାରୀ ଏବଂ ପଣଧାରୀମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରୟାସକୁ ଗୁରୁତ୍ବାରୋପ କରେ । ଏହି ସଫଳତା ବୃତ୍ତିଗତ ସ୍ଵାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ସହିତ RSPର ସମନ୍ଵୟକୁ ମଧ୍ୟ ଉଜ୍ଜଳ କରିଥାଏ । ଉଲ୍ଲେଖଯୋଗ୍ୟ ଯେ ଆରଏସପି ୨୦୨୪-୨୫ ବର୍ଷରେ ୦.୦୧୬୫ର ରିପୋର୍ଟେବଲ୍‌ ଲସ୍ ଟାଇମ୍ ଫ୍ରିବେନ୍ସି ରେଟ୍ (ଆରଏଲଟିଏଫଆର) ରେକର୍ଡ ହାସଲ କରିଛି ଯାହା କେବଳ ସେଲ୍‌ରେ ସର୍ବୋତ୍ତମ ନୁହେଁ ବରଂ ୦.୦୮ ଶିଳ୍ପ ମାନଦଣ୍ଡଠାରୁ ମଧ୍ଯ ଉନ୍ନତ ଅଟେ । ଉଲ୍ଲେଖନୀୟ ଯେ ଏହି ବାର୍ଷିକ ପୁରସ୍କାର ସମାରୋହ ରାଞ୍ଚି ସ୍ଥିତ JSCA ଷ୍ଟାଡିୟମରେ ଜୁଲାଇ ୨୫ ତାରିଖରେ ଇସ୍ପାତ ଶିଳ୍ପରେ ସୁରକ୍ଷା, ସ୍ଵାସ୍ଥ୍ୟ ଏବଂ ପରିବେଶ ଉପରେ ମିଳିତ କମିଟି (JCSSI) ଦ୍ୱାରା ଆୟୋଜିତ ହୋଇଥୁଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe