କନକ ବ୍ୟୁରୋ : ନିଶା କାରବାରକୁ ନେଇ ଆକ୍ସନ ମୋଡରେ ରାଉରକେଲା ପୋଲିସ । ମୀନାପଡାରେ ପୋଲିସ ଅଚାନକ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଅଟକ ରଖିଛି । ଘଟଣା ସ୍ଥଳରୁ ବ୍ରାଉନ ସୁଗାର ୧୧୪ଟି ପ୍ୟାକେଟ, ୪୦ କେଜି ଗଞ୍ଜେଇ ଜବତ ହୋଇଛି ।
ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କାରବାରର ଚେର କେଉଁଠି ? କିଏ କିଏ ଏସବୁ ନିଶା ନେଉଥିଲେ ? ଏସବୁର ଖୋଳତାଡ଼ କରୁଛି ପୋଲିସ । ଆଜି ସକାଳୁ ପୋଲିସର ଏକ ଟିମ୍ ପ୍ଲାଣ୍ଟ ସାଇଟ ଥାନା ମୀନାପଡା ଓ ମହତାବ ରୋଡ଼ରେ ଅଚାନକ ଚଢାଉ କରି ଆଠଟି ଘରେ ସର୍ଚ୍ଚ ଅପରେସନ ଚଳାଇଥିଲା, ଏହି ସମୟରେ ୩ ମହିଳାଙ୍କ ସହ ୪ ଜଣଙ୍କୁ ଧରିଥିଲା ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/KnljYPm3VfPC7NsFewES.jpg)