କନକବ୍ୟୁରୋ : ସୁନା ସଫେଇ ଆଳରେ ଠକେଇ ଘଟଣାର ପର୍ଦାଫାସ । ୬ ସୁନା ଚୋରଙ୍କ ସହ ୯ ଜଣଙ୍କୁ ବାନ୍ଧିଲା ରାଉରକେଲା ପୋଲିସ । ଲୁଟେରାଙ୍କଠାରୁ ୧୦୦ ଗ୍ରାମରୁ ଅଧିକ ଓଜନର ସୁନା ଜବତ କରାଯାଇଛି ।
ଜବତ ସୁନାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି । ଗିରଫ ସମସ୍ତ ଅଭିଯୁକ୍ତ ବିହାର ଭାଗଲପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏହି ଠକ ଦଳ ଗୋପବନ୍ଧୁପାଲି ଅଞ୍ଚଳରେ ଘର ଭଡ଼ା ନେଇ ରହିବା ସହ ରାକେଟ ଚଳାଉଥିଲେ । ଲୋକଙ୍କ ଘର ଘର ବୁଲି ସୁନା ଗହଣା ସଫା କରୁଥିଲେ । ଆଉ ଚଞ୍ଚକତା କରି ସୁନା ଲୁଟି ନେଉଥିଲେ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା Sp ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/29/KlMREeHNkBWC6ApyYrFG.jpg)