କନକ ବ୍ୟୁରୋ: ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ସୁନୀଲ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ଏୟାରଲିଫ୍ଟ ହେବେ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଦୁହେଁ ଏୟାରଲିଫ୍ଟ ହେବା ନେଇ ସୂଚନା ରହିଛି। ତେବେ ରାଉଲକେଲାର ଘରୋଇ ହସ୍ପିଟାଲରୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ଆହତଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ରାଉରକେଲାରେ ବିମାନ ଦୁର୍ଘଟଣା ମାମଲାରେ, ଆଜି ପହଞ୍ଚିବେ ତଦନ୍ତକାରୀ ଟିମ୍ । ଯେଉଁମାନେ କି ଏହି ଦୁର୍ଘଟଣାର କାରଣ ଖୋଜିବେ । ରାଉରକେଲାରେ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଉଛି। କେମିତି ଦୁର୍ଘଟଣାଗସ୍ତ ହେଲା ବିମାନ ତା’ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ)।
ଆହୁରି ପଢ଼ନ୍ତୁ : ପହଲଗାମ ଆକ୍ରମଣ ନେଇ ପୋଲ୍ ଖୋଲିଲା ଲସ୍କର ଆତଙ୍କୀ; ଚାଞ୍ଚଲ୍ୟକର ଖୁଲାସା କଲା ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ
ଗତକାଲି ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ଉଡାଣ ଭରିଥିଲା ଘରୋଇ ବିମାନ । ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶବ୍ଦରେ କମ୍ପିଥିଲା ପୂରା ଅଞ୍ଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ସେତେବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ ସିଟ୍ ବିଶିଷ୍ଟ ବିମାନ। ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍। ଅଗ୍ନିଶମ ବାହିନୀ ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇଯାଇଥିଲା। ସୌଭାଗ୍ୟବଶତଃ ସମସ୍ତେ ଜୀବିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିଛନ୍ତି। ଆହତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/11/rourkela-plane-crash-2026-01-11-11-12-15.jpg)