Photograph: (KANAKNEWS)
କନକବ୍ୟୁରୋ : ରାଉରକେଲାରେ ବିମାନ ଦୁର୍ଘଟଣା ମାମଲା । ଆଜି ପହଁଚିବେ ତଦନ୍ତକାରୀ ଟିମ୍, ଦୁର୍ଘଟଣାର ଖୋଜିବେ କାରଣ । ରାଉରକେଲାରେ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରୀକ ତ୍ରୁଟି ବୋଲି କୁହାଯାଉଛି । କେମିତି ଦୁର୍ଘଟଣାଗସ୍ତ ହେଲା ବିମାନ ତା’ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ)। ଗତକାଲି ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ଉଡାଣ ଭରିଥିଲା ଘରୋଇ ବିମାନ ।
ମହିଳା ପ୍ରିମିୟର ଲିଗରେ ୟେଶା : ସୁନ୍ଦରତାରେ ପଛରେ ପଡ଼ିବେ ବଲିଉଡ ହିରୋଇନ୍
ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶଦ୍ଦରେ କମ୍ପିଥିଲା ପୂରା ଅଂଚଳ । ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ । ସେତେବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ସିଟ୍ ବିଶିଷ୍ଟ ବିମାନ । ଘଟଣାସ୍ଥଳରେ ପହଁଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍ । ଅଗ୍ନିଶମ ବାହିନୀ ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠା ଯାଇଥିଲା। ସୌଭାଗ୍ୟବସତଃ ସମସ୍ତେ ଜୀବିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିଛନ୍ତି । ଆହତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
Follow Us