କନକ ବ୍ୟୁରୋ : ରାଉରକେଲା ସ୍ବତନ୍ତ୍ର ଜେଲରୁ ପାଚେରୀ ଡେଇଁ ଫେରାର ମାରିଥିବା କଏଦୀଙ୍କ ଗଳିତ ମୃତଦେହ ଉଦ୍ଧାର । ୨୦୦ ଫୁଟ୍ ଉଚ୍ଚରେ ଦୁର୍ଗା ପାହାଡ଼ରୁ ମୃତଦେହ ମିଳିଛି। ଗତ ୧୭ ତାରିଖ ଦିନ ଜେଲ୍ ଟାୱାରରେ ଚଢ଼ି ପାଚେରୀ ଡେଇଁ ଫେରାର ମାରିଥିଲେ କଏଦୀ ଜଣକ। ମୃତକ ହେଲେ କଲୁଙ୍ଗା ମାରଙ୍ଗପିଢ଼ି ଗାଁର ସୁରେଶ ବାର୍ଲା। ସେ ନିଜ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ଜେଲରେ ଥିଲେ। ଜେଲରୁ ଫେରାର ହେବା ପରେ କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ପାହାଡ଼ର ଏତେ ଉପରକୁ ମୃତଦେହ କେମିତି ଗଲା ସେ ନେଇ ବି ପ୍ରଶ୍ନ ଉଠିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଘଟଣାର ତଦନ୍ତ ଚଳାଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି । ତେବେ ଜେଲରୁ କଏଦୀ କିଭଳି ଭାବେ ଫେରାର ମାରୁଛନ୍ତି, ସେ ନେଇ ଜେଲ୍ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ରାଉରକେଲା ସ୍ୱତନ୍ତ୍ର ଜେଲ୍ ପାଚେରି ଡେଇଁ କଏଦୀ ଫେରାର ଘଟଣା, ୫ ଦିନ ପରେ ଦୁର୍ଗା ପାହାଡ଼ରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
୨୦୦ ଫୁଟ୍ ଉଚ୍ଚରେ ଦୁର୍ଗା ପାହାଡ଼ରୁ ମୃତଦେହ ମିଳିଛି। ଗତ ୧୭ ତାରିଖ ଦିନ ଜେଲ୍ ଟାୱାରରେ ଚଢ଼ି ପାଚେରୀ ଡେଇଁ ଫେରାର ମାରିଥିଲେ କଏଦୀ ଜଣକ।
/kanak/media/media_files/2025/09/21/20-2025-09-21-20-00-25.jpg)