ରାଉରକେଲା ହୋଟେଲ ଗୁଳିକାଣ୍ଡ ; ଧରାପଡୁନି ମାଷ୍ଟରମାଇଣ୍ଡ

 ରାଉରକେଲା ହୋଟେଲରେ ଗୁଳିକାଣ୍ଡ ମାମଲା ।  ସମ୍ପୃକ୍ତ ୩ ଅଭିଯୁକ୍ତ ଗିରଫ। ଏବେ ବି ମାଷ୍ଟର ମାଇଣ୍ଡ ଫେରାର। ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ତନାଘନା । 

ରାଉରକେଲା

ରାଉରକେଲା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ରାଉରକେଲାର ଏକ ହୋଟେଲରେ ଗୁଳିକାଣ୍ଡ ମାମଲା । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏବେ ବି ଗୁଳିକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ଫେରାର ରହିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି । ସେପଟେ ଗିରଫ ୩ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶୁକ୍ରବାର ୧୪୩ ନମ୍ବର ଜାତୀୟ ରାଜପଥରେ ଥିବା ଏକ ହୋଟେଲରେ ୫ ଜଣ ଦୁର୍ବୃତ୍ତ ପଶି ଦିବ୍ୟଜ୍ୟୋତି ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଦିବ୍ୟଜ୍ୟୋତି। ଏହି ମାମଲାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ରାଉରକେଲା ଏସପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe