କନକ ବ୍ୟୁରୋ: ରାଉରକେଲାର ଏକ ହୋଟେଲରେ ଗୁଳିକାଣ୍ଡ ମାମଲା । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏବେ ବି ଗୁଳିକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ଫେରାର ରହିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । ସେପଟେ ଗିରଫ ୩ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶୁକ୍ରବାର ୧୪୩ ନମ୍ବର ଜାତୀୟ ରାଜପଥରେ ଥିବା ଏକ ହୋଟେଲରେ ୫ ଜଣ ଦୁର୍ବୃତ୍ତ ପଶି ଦିବ୍ୟଜ୍ୟୋତି ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଦିବ୍ୟଜ୍ୟୋତି। ଏହି ମାମଲାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ରାଉରକେଲା ଏସପି ।
ରାଉରକେଲା ହୋଟେଲ ଗୁଳିକାଣ୍ଡ ; ଧରାପଡୁନି ମାଷ୍ଟରମାଇଣ୍ଡ
ରାଉରକେଲା ହୋଟେଲରେ ଗୁଳିକାଣ୍ଡ ମାମଲା । ସମ୍ପୃକ୍ତ ୩ ଅଭିଯୁକ୍ତ ଗିରଫ। ଏବେ ବି ମାଷ୍ଟର ମାଇଣ୍ଡ ଫେରାର। ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ତନାଘନା ।
/kanak/media/media_files/2025/03/29/fENQK6OD36BlFidil1ek.jpg)