କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷୀତ ‘ରାଉରକେଲା ହାଫ୍ ମାରାଥନ୍’ । ସ୍ଥାନୀୟ ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରୁ ଏହା ଶୁଭାରମ୍ଭ ହୋଇଛି । ମାରାଥନକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିଲେ । ଏହି ଅବସରରେ ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଆରଏସପି ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମା, ଅନ୍ତର୍ଜାତୀୟ ମାରାଥନ ରନର ସୁନିତା ଗୋଦାରା, ରଚିତା ମିସ୍ତ୍ରୀ, ଅର୍ଜୁନ ପାତ୍ର, ରାମେନ ଘୋଷ, ଅଲଟ୍ରାରନର ସୁମିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । 

Advertisment

ଏହା ବି ପଢ଼ନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଚର୍ଚ୍ଚାରେ ଅର୍ଶଦୀପଙ୍କ ପ୍ରଥମ ଓଭର

ରାଉରକେଲା ଇସ୍ପାତ କାରଖାନା ଆୟୋଜିତ ଏହି ମାରାଥନରେ, ୪ଟି ବର୍ଗରେ ପ୍ରାୟ ୫୮୫୯ ଜଣ ଅଂଶଗ୍ରହଣ କରିଛନ୍ତି । ଏଥି ମଧ୍ୟରୁ ୩୬୩୨ ପୁରୁଷ ଓ ୧୫୨୭ ଜଣ ମହିଳା ଧାବିକା ଅଛନ୍ତି । ଏଥିରେ ରାଜ୍ୟ ତଥା ଦେଶର ୮୯ ଜଣ ମହିଳାଙ୍କ ସମେତ ୧୨୫୧ ଜଣ ଜାତୀୟସ୍ତରୀୟ ଧାବକ ଅଂଶଗ୍ରହଣ କରିଛନ୍ତି । ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଥମବର୍ଗ, ଅର୍ଥାତ୍. ୨୧.୧ କିଲୋମିଟର ବର୍ଗର ମାରାଥନ୍ ଆରମ୍ଭ ହୋଇଥିଲା । ଏହାପରେ ୧୦ କିଲୋମିଟର, ୫ କିଲୋମିଟର ଓ ଦିବ୍ୟାଙ୍ଗଙ୍କ ପାଇଁ ୨ କିଲୋମିଟର ଦୌଡ଼ ଆରମ୍ଭ ହୋଇଥିଲା । ୨୧.୧ କିଲୋମିଟର ହାଫ୍ ମାରାଥନରେ ମୋଟ୍ ୧୦୩୪ ଜଣ (୯୨୪ ପୁରୁଷ ଓ ୧୧୦ ମହିଳା), ୧୦ କିଲୋମିଟର ବର୍ଗରେ ୧୪୭୨ ଜଣ (୧୨୩୫ ପୁରୁଷ ଓ ୨୩୭ ମହିଳା), ୫ କିଲୋମିଟର ଦୌଡ଼ରେ ୨୫୮୪ ଜଣ (୮୭୪ ପୁରୁଷ ଓ ୨୮୧ ମହିଳା ଏବଂ ୧୨୪୫ ଯୁବକ ଓ ୮୮୪ ଯୁବତୀ) ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୨ କିଲୋମିଟର ସ୍ୱତନ୍ତ୍ର ମୁକ୍ତବର୍ଗରେ ୬୯ ଜଣ (୫୪ ପୁରୁଷ ଓ ୧୫ ମହିଳା) ଭାଗନେଇଛନ୍ତି ।