କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ରାଜ୍ୟ କର୍ମଚାରୀ ବୀମା ନିଗମ ହସ୍ପିଟାଲ୍ । ଏନେଇ ୩ ଦଫା ଦାବି ସହ ଆନ୍ଦୋଳନକୁ ଓହ୍ଲାଇଛି ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୂର ୟୁନିଅନ । ରାଉରକେଲା ଇଏସଆଇ ହସ୍ପିଟାଲ୍ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକ ସଂଗଠନ । ହସ୍ପିଟାଲ୍ରେ ଡାକ୍ତର ଅଭାବ, ସମସ୍ତ ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତର ସହ ରେଡିଓଲୋଜିଷ୍ଟ ଓ ଟେକ୍ନିସିଆନ ତୁରନ୍ତ ନିଯୁକ୍ତି କରିବା ପାଇଁ ଦାବି କରିଛି ସଂଗଠନ l ସେପରି ରୋଗୀମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ମେଡିସିନ ଦେବା ସହ ଅଲଟ୍ରା ସାଉଣ୍ଡ ମେସିନ ସ୍ଥାପନ କରିବା ଆନ୍ଦୋଳନକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି l
ନାହିଁ ନାହିଁରେ ଚାଲିଛି ରାଉରକେଲାର ଇଏସ୍ଆଇ ହସ୍ପିଟାଲ୍
୩ ଦଫା ଦାବି ନେଇ ଇଏସ୍ଆର୍ ହସ୍ପିଟାଲ୍ ସମ୍ମୁଖରେ ଧାରଣା
ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୂର ୟୁନିଅନ ସଂଘ ପକ୍ଷରୁ ଧାରଣା
ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଚେତାବନୀ