କନକ ବ୍ୟୁରୋ: ସସ୍ପେନ୍ସରେ ରାଉରକେଲା NIIT ଡାକ୍ତରଙ୍କ ମୃତ୍ୟୁ ଘଟଣା । କାହିଁକି ଯୁବ ଡାକ୍ତର ଜଣକ ନିଜ କ୍ୱାଟର ର ରୁମ ଭିତରେ ଥିବା ସିଲିଂ ଫେନ ରେ ଝୁଲି ଆତ୍ମହତ୍ୟା କଲେ ? ଆଗକୁ ଉଜ୍ଜଳ ଭବିଷ୍ୟତ ଥିବା ଡାକ୍ତର ଜଣକ ମୃତ୍ୟୁ ପଛରେ କଣ ରହିଛି କାରଣ ? ଘଟଣାରେ ଡାକ୍ତରଙ୍କ ଶବ ଉଦ୍ଧାର କାରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ସେପଟେ ପୋଲିସକୁ ମୃତଦେହ ନିକଟରୁ ମିଳିଥିବା ଏକ ସୂଇସାଇଡାଲ ନୋଟକୁ ନେଇ ଛାନଭିନ ଆରମ୍ଭ କରିଛି ପୋଲିସ ।
କାହିଁକି ଫ୍ୟାନରେ ଝୁଲିପଡ଼ିଲେ ୩୦ ବର୍ଷୀୟ ଡାକ୍ତର ସନ୍ତୋଷ ହୁଗାର ? କ’ଣ ରହିଛି ମୃତ୍ୟୁ ପଛର କାରଣ । ସୁଇସାଇଡାଲ ନୋଟରେ ସେ କାହାକୁ ଦୋଷ ଦେଇନଥିବା ବେଳେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । କର୍ଣ୍ଣାଟକ ସିଧନାଟ ଗାଁର ସନ୍ତୋଷ ହୁଗାର । ରାଉରକେଲା ନିଟ୍ରେ ମେଡିକାଲ ଅଫିସର ଭାବେ ଯୋଗଦେଇଥିଲେ । ହେଲେ ଅଚାନକ ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ।
ଡାକ୍ତର ଜଣଙ୍କ ଅବିବାହିତ ଥିବାବେଳେ ବ୍ୟକ୍ତିଗତ ଶତ୍ରୁତା ନା ପ୍ରେମ ବ୍ୟାପାର ତାକୁ ନେଇ ଛାନଭିନ କରୁଛି ପୋଲିସ । ଡାକ୍ତରଙ୍କ ସିଡିଆର ଯାଞ୍ଚ ଚାଲିଛି । ସେ ମୃତ୍ୟୁ ପୂର୍ବରୁ କାହା ସହ କଥା ହେଇଥିଲେ ଡାକ୍ତର? ସୋସିଆଲ ମିଡିଆରେ କିଛି ଚାଟ୍ କରିଥିଲେ କି? ଏଭଳି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।
ଏପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୁରା ଘଟଣା ଜଣାପଡିବ ବୋଲି କହିଛି ପୋଲିସ ।
ଚାଷୀ ପରିବାରରୁ ଆସିଥିବା ସନ୍ତୋଷ ହୁଗାର ବହୁ କଷ୍ଟରେ ପାଠ ପଢ଼ିଥିଲେ । ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ହଠାତ୍ ସନ୍ତୋଷଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଛନ୍ତି ପରିବାର ।