ରୁମ୍ ହିଟର ସାଜିଛି ‘ସାଇଲେଣ୍ଟ କିଲର’: ସତର୍କ ନରହିଲେ ଯାଇପାରେ ଜୀବନ

Advertisment

ଅନେକ ପରିବାର ବନ୍ଦ କୋଠରୀରେ ହିଟର ଲଗାଇ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଡାକ୍ତରମାନେ ଏହି ମୃତ୍ୟୁକୁ ‘ସାଇଲେଣ୍ଟ କିଲର’ ବୋଲି କହୁଛନ୍ତି, କାରଣ ଏହା ବିନା କୌଣସି ଶବ୍ଦ କିମ୍ବା ସତର୍କବାଣୀରେ ମଣିଷର ଜୀବନ ନେଇଯାଏ ।

ଅନେକ ପରିବାର ବନ୍ଦ କୋଠରୀରେ ହିଟର ଲଗାଇ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଡାକ୍ତରମାନେ ଏହି ମୃତ୍ୟୁକୁ ‘ସାଇଲେଣ୍ଟ କିଲର’ ବୋଲି କହୁଛନ୍ତି, କାରଣ ଏହା ବିନା କୌଣସି ଶବ୍ଦ କିମ୍ବା ସତର୍କବାଣୀରେ ମଣିଷର ଜୀବନ ନେଇଯାଏ ।

Room heaters

Room heaters Photograph: (kanak news)

କନକ ବ୍ୟୁରୋ : ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଆମେ ବ୍ୟବହାର କରୁଥିବା ରୁମ୍ ହିଟର ଏବେ ଅନେକଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ବିହାରର ଗାଁ ଗହଳି ପର୍ଯ୍ୟନ୍ତ, ଅନେକ ପରିବାର ବନ୍ଦ କୋଠରୀରେ ହିଟର ଲଗାଇ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଡାକ୍ତରମାନେ ଏହି ମୃତ୍ୟୁକୁ ‘ସାଇଲେଣ୍ଟ କିଲର’ ବୋଲି କହୁଛନ୍ତି, କାରଣ ଏହା ବିନା କୌଣସି ଶବ୍ଦ କିମ୍ବା ସତର୍କବାଣୀରେ ମଣିଷର ଜୀବନ ନେଇଯାଏ । ବିଜ୍ଞାନ ଅନୁସାରେ, ଶୀତଦିନେ ଝରକା ଓ କବାଟ ବନ୍ଦ କରି ହିଟର ବ୍ୟବହାର କରିବା ଦ୍ୱାରା କୋଠରୀ ମଧ୍ୟରେ ଥିବା ଅମ୍ଳଜାନ କ୍ରମାଗତ ଭାବେ ହ୍ରାସ ପାଇଥାଏ ଏବଂ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଗ୍ୟାସର ମାତ୍ରା ବୃଦ୍ଧି ପାଏ ।

ଏହି ଗ୍ୟାସର କୌଣସି ଗନ୍ଧ ନଥିବାରୁ ଶୋଇଥିବା ବ୍ୟକ୍ତି ଜାଣିପାରନ୍ତି ନାହିଁ ଯେ ସେମାନେ ବିଷାକ୍ତ ବାୟୁ ଗ୍ରହଣ କରୁଛନ୍ତି । ଫଳରେ ରକ୍ତରେ ଅମ୍ଳଜାନର ମାତ୍ରା କମିଯାଏ ଏବଂ ମଣିଷ ଅଣନିଶ୍ୱାସୀ ହୋଇ ନିଦ୍ରା ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥାଏ । ହିଟରର କୁପ୍ରଭାବ ଯୋଗୁଁ ପ୍ରଥମେ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ ଅତ୍ୟଧିକ ନିଦ ଲାଗିବା ଭଳି ଲକ୍ଷଣ ଦେଖାଦିଏ, ଯାହା ଶରୀରରେ ଅମ୍ଳଜାନର ଅଭାବକୁ ସୂଚାଇଥାଏ । ଏହି ସମସ୍ୟାରେ ବିଶେଷ କରି ଛୋଟ ପିଲା ଏବଂ ବୃଦ୍ଧମାନେ ସବୁଠାରୁ ଶୀଘ୍ର ପ୍ରଭାବିତ ହୁଅନ୍ତି । ବିଶେଷଜ୍ଞଙ୍କ ମତରେ ଇଲେକ୍ଟ୍ରିକ୍ ହିଟର ଅପେକ୍ଷା ଗ୍ୟାସ୍ ବର୍ଣ୍ଣର ବା କୋଇଲା ଚୂଲା ବନ୍ଦ କୋଠରୀ ଭିତରେ ବ୍ୟବହାର କରିବା ଅଧିକ ବିପଜ୍ଜନକ ।

ଅଧିକ ପଢ଼ନ୍ତୁ---ବର୍ଷ ଆରମ୍ଭରୁ ଇସ୍ରୋକୁ ଝଟକା… ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିସନ୍‌ ଫେଲ୍‌

ଏହି ବିପଦରୁ ରକ୍ଷା ପାଇବା ପାଇଁ କିଛି ସାଧାରଣ ସତର୍କତା ଅବଲମ୍ବନ କରିବା ଜରୁରୀ । ହିଟର ଚାଲୁଥିବା ବେଳେ ଘରର ଅନ୍ତତଃପକ୍ଷେ ଗୋଟିଏ ଝରକା କିମ୍ବା ଭେଣ୍ଟିଲେସନ୍ ଖୋଲା ରଖିବା ଉଚିତ୍ ଯେପରି ବାୟୁ ଚଳାଚଳ ସଠିକ୍ ଭାବେ ହୋଇପାରିବ । ରାତିସାରା ହିଟର ଚଲାଇ ଶୋଇବା ବଦଳରେ ଶୋଇବା ପୂର୍ବରୁ କୋଠରୀକୁ କିଛି ସମୟ ଗରମ କରି ହିଟର ବନ୍ଦ କରିବା ଶ୍ରେୟସ୍କର । ମନେରଖନ୍ତୁ, ସାମାନ୍ୟ ସତର୍କତା ଓ ସଚେତନତା ଶୀତ ଋତୁରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଏହି ଅଦୃଶ୍ୟ ବିପଦରୁ ସୁରକ୍ଷିତ ରଖିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe