କନକବ୍ୟୁରୋ : କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଛାତ । ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ । କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା । ଏଥିସହ ବର୍ତ୍ତମାନ ଏକ ନମ୍ବର ପ୍ଲାଟଫର୍ମ ରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।
ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି । ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି । ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/27/3-2025-08-27-16-28-34.jpg)