୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ! ରୋହିତଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

Advertisment

୨୦୨୩ ବିଶ୍ବକପ୍ ସ୍ବପ୍ନ ପୂରା କରିବା ଉପରେ ଜୋର୍‌ ଦେଲେ ପ୍ରଖ୍ୟାତ ଖେଳାଳି

୨୦୨୩ ବିଶ୍ବକପ୍ ସ୍ବପ୍ନ ପୂରା କରିବା ଉପରେ ଜୋର୍‌ ଦେଲେ ପ୍ରଖ୍ୟାତ ଖେଳାଳି

ରୋହିତ ଚର୍ଚ୍ଚାରେ ଲାଗିଲା ବିରାମ

ରୋହିତ ଚର୍ଚ୍ଚାରେ ଲାଗିଲା ବିରାମ Photograph: (Kanaknews)

 କନକ ବ୍ୟୁରୋ;  ଅଷ୍ଟ୍ରେଲିଆରେ କାଲିଠୁ ଆରମ୍ଭ ହେବ ବଡ଼ ବ୍ୟାଟେଲ। ୨୨୩ ଦିନ ପରେ ଭାରତୀୟ ଜର୍ସିରେ ନଜର ଆସିବେ ଟିମ ଇଣ୍ଡିଆର ହିଟମ୍ୟାନ ରୋହିତ ଶର୍ମା । ଏହା ପୂର୍ବରୁ ରୋହିତଙ୍କ ଏକ ଭାଇରାଲ ଭିଡିଓ ପ୍ରଂଶସକଙ୍କ ମନରେ ଖୁସି ଭରିଦେଇଛି। ‘ମେକ୍ ଏ ୱିସ ଚାଇଲ୍ଡ’ ନାମକ ଏକ ସଂସ୍ଥା ସହ ଯୋଡ଼ିହୋଇ ଜଣେ କୁନି ଫ୍ୟାନ୍ସକୁ ଭେଟିଥିଲେ ରୋହିତ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରୋହିତ କହିଛନ୍ତି, ‘ଦିନିକିଆ ବିଶ୍ୱକପ ଜିତିବା ମୋ ସ୍ୱପ୍ନ । ମୁଁ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ଚାହୁଛି ।’

୨୦୧୫, ୨୦୧୯, ୨୦୨୩, ତିନୋଟି ବିଶ୍ୱକପ ଖେଳିସାରିଛନ୍ତି ରୋହିତ ଶର୍ମା। ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟର ମେରୁଦଣ୍ଡ ରହିଆସିଛନ୍ତି ରୋହିତ । ହିଟମ୍ୟାନଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି ଭାରତ । ରୋହିତଙ୍କ କ୍ୟାପଟେନସିପରେ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଯଦିଓ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା ଟିମ ଇଣ୍ଡିଆ । ଏପରିକି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲର ଶ୍ରେଷ୍ଠ ଖେଳାଳି ହୋଇଥିଲେ ରୋହିତ । ଏବେ ଅଷ୍ଟ୍ରେଲିଆ ଗସ୍ତରେ କେମିତି ରହିବ ହିଟମ୍ୟାନଙ୍କ ପ୍ରଦର୍ଶନ, ତାଉପରେ ସମସ୍ତଙ୍କ ନଜର । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe