ରୋହିତ-ବିରାଟଙ୍କ ଅବସର ଚର୍ଚ୍ଚା : ସମାଲୋଚକଙ୍କୁ BCCI ଦେଲା ଏମିତି ଜବାବ

ରୋହିତ ଓ ବିରାଟଙ୍କ ଦିନିକିଆରେ ଅବସର ଗୁଜବକୁ ଖାରଜ କଲା ବିସିସିଆଇ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି , ଉଭୟ ଖେଳାଳି ଏବେ ମଧ୍ୟ ଦିନିକିଆ ଖେଳୁଛନ୍ତି ଏବଂ ଅବସର ନେବାର କୌଣସି ଯୋଜନା ନାହିଁ ।

ROKO CRICKET

ROKO CRICKET Photograph: (KanakNews)

କନକ ବ୍ୟୁରୋ : ରୋକୋ ଯୋଡ଼ି ଉପରେ ବିସିସିଆଇର ବଡ଼ ବୟାନ । ରୋହିତ ଓ ବିରାଟଙ୍କ ଦିନିକିଆରେ ଅବସର ଗୁଜବକୁ ଖାରଜ କଲା ବିସିସିଆଇ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି , ଉଭୟ ଖେଳାଳି ଏବେ ମଧ୍ୟ ଦିନିକିଆ ଖେଳୁଛନ୍ତି ଏବଂ ଅବସର ନେବାର କୌଣସି ଯୋଜନା ନାହିଁ । ଗଣମାଧ୍ୟମରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ୨୦୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ ପରେ ଉଭୟ ନ୫୦ ଓଭର ଫରମାର୍ଟରୁ ରୁ ଅବସର ନେଇପାରନ୍ତି । ଏହାକୁ ଶୁକ୍ଳା ମିଛ ବୋଲି କହିଛନ୍ତି । ରାଜୀବ କହିଛନ୍ତି, ବିସିସିଆଇ କେବେ ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରେ ନାହିଁ, ଏହା ଖେଳାଳିଙ୍କ ନିଜସ୍ବ ନିଷ୍ପତ୍ତି ଉପରେ ନିର୍ଭର କରେ ।

ROKO 11
ROKO 11 Photograph: (Google)

କ’ଣ କହିଲା ବିସିସିଆଇ ?

ରୋହିତ ଓ ବିରାଟ ଦିନିକିଆ ଖେଳିବେ ଅବସର କଥା ଗୁଜବ  
ବିସିସିଆଇ ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରେ ନାହିଁ
ଉଭୟ ଖେଳାଳିଙ୍କୁ ବିସିସିଆଇ ଦଳର ମହାନ ବ୍ୟାଟ୍ସମ୍ୟାନ୍ ତାଲିକାରେ ଗଣାଯାଏ 
୫୦ ଓଭର ଫର୍ମାଟରେ ଉଭୟଙ୍କ ଉପସ୍ଥିତି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe