କନକ ବ୍ୟୁରୋ : ରୋକୋ ଯୋଡ଼ି ଉପରେ ବିସିସିଆଇର ବଡ଼ ବୟାନ । ରୋହିତ ଓ ବିରାଟଙ୍କ ଦିନିକିଆରେ ଅବସର ଗୁଜବକୁ ଖାରଜ କଲା ବିସିସିଆଇ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି , ଉଭୟ ଖେଳାଳି ଏବେ ମଧ୍ୟ ଦିନିକିଆ ଖେଳୁଛନ୍ତି ଏବଂ ଅବସର ନେବାର କୌଣସି ଯୋଜନା ନାହିଁ । ଗଣମାଧ୍ୟମରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ୨୦୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ ପରେ ଉଭୟ ନ୫୦ ଓଭର ଫରମାର୍ଟରୁ ରୁ ଅବସର ନେଇପାରନ୍ତି । ଏହାକୁ ଶୁକ୍ଳା ମିଛ ବୋଲି କହିଛନ୍ତି । ରାଜୀବ କହିଛନ୍ତି, ବିସିସିଆଇ କେବେ ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରେ ନାହିଁ, ଏହା ଖେଳାଳିଙ୍କ ନିଜସ୍ବ ନିଷ୍ପତ୍ତି ଉପରେ ନିର୍ଭର କରେ ।

Advertisment
ROKO 11
ROKO 11 Photograph: (Google)

କ’ଣ କହିଲା ବିସିସିଆଇ ?

ରୋହିତ ଓ ବିରାଟ ଦିନିକିଆ ଖେଳିବେ ଅବସର କଥା ଗୁଜବ  
ବିସିସିଆଇ ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରେ ନାହିଁ
ଉଭୟ ଖେଳାଳିଙ୍କୁ ବିସିସିଆଇ ଦଳର ମହାନ ବ୍ୟାଟ୍ସମ୍ୟାନ୍ ତାଲିକାରେ ଗଣାଯାଏ 
୫୦ ଓଭର ଫର୍ମାଟରେ ଉଭୟଙ୍କ ଉପସ୍ଥିତି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ