କନକ ବ୍ୟୁରୋ : ହିଟ୍ ମ୍ୟାନଙ୍କୁ ବଡ ସମ୍ମାନ । ପୂର୍ବତନ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡେରେ ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ କରାଯାଇଛି । ମୁମ୍ବାଇର ଆଇକନିକ୍ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଭାରତୀୟ ଦିନିକିଆ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ଷ୍ଟାଣ୍ଡର ଉଦଘାଟନ ହୋଇଛି । ମୁମ୍ବାଇ କ୍ରିକେଟ୍ ଆସୋସିଏସନ ଦ୍ଵାରା ଆୟୋଜିତ ଏହି ସମାରୋହ ରୋହିତଙ୍କ କ୍ରିକେଟ କ୍ଷେତ୍ରରେ ଅବଦାନକୁ ସମ୍ମାନ ଜଣାଇଛି । ରୋହିତଙ୍କ ସହ ଅଜିତ ୱାଡେକର, ଶରଦ ପାୱାର ଏବଂ ପୂର୍ବତନ ଏମସିଏ ସଭାପତି ଅମୋଲ କାଲେଙ୍କ ନାମରେ ମଧ୍ୟ ଷ୍ଟାଣ୍ଡ ଉଦଘାଟିତ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରୋହିତ କହିଛନ୍ତି , ଓ୍ଵାଙ୍ଖେଡେ ତାଙ୍କ ପାଇଁ ଘର ପରି, ଯେଉଁଠାରେ ସେ ଛୋଟ ବୟସରୁ କ୍ରିକେଟ ଅଭ୍ୟାସ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକ ଆକାଶ ଅମ୍ବାନୀ ରୋହିତଙ୍କୁ ମୁମ୍ବାଇର ଗର୍ବ ଭାବେ ପ୍ରଶଂସା କରିଛନ୍ତି ।
ରୋହିତ ଶର୍ମାଙ୍କ ନାମରେ ନାମିତ ହେଲା ୱାଙ୍ଖେଡେ ଷ୍ଟାଡିୟମର ଷ୍ଟାଣ୍ଡ, ଉଦଘାଟନୀ ମ୍ୟାଚରେ ରୋହିତଙ୍କ ସହ ପରିବାର ସାମିଲ
ମୁମ୍ବାଇ କ୍ରିକେଟ୍ ଆସୋସିଏସନ ଦ୍ଵାରା ଆୟୋଜିତ ଏହି ସମାରୋହ ରୋହିତଙ୍କ କ୍ରିକେଟ କ୍ଷେତ୍ରରେ ଅବଦାନକୁ ସମ୍ମାନ ଜଣାଇଛି । ରୋହିତଙ୍କ ସହ ଅଜିତ ୱାଡେକର, ଶରଦ ପାୱାର ଏବଂ ପୂର୍ବତନ ଏମସିଏ ସଭାପତି ଅମୋଲ କାଲେଙ୍କ ନାମରେ ମଧ୍ୟ ଷ୍ଟାଣ୍ଡ ଉଦଘାଟିତ ହୋଇଛି ।
/kanak/media/media_files/2025/05/16/m3qrNqJShhe1RWzrrpvU.jpg)