Photograph: (kanak news)
କନକ ବ୍ୟୁରୋ: ଦିନିକିଆ ଅଧିନାୟତ୍ବ ଛାଡ଼ିବେ ରୋହିତ୍ ଶର୍ମା! ଶ୍ରେୟାସଙ୍କ ହାତରେ ରହିପାରେ ମଙ୍ଗ । ଟିଟ୍ବେଣ୍ଟି ଓ ଟେଷ୍ଟ କ୍ରିକେଟକୁ ଅଲବିଦା କହି ସାରିଥିବା ରୋହିତ୍ ଶର୍ମାଙ୍କୁ ଦିନିକିଆ ଅଧିନାୟକତ୍ବ ପଦରୁ ମୁକ୍ତ କରିବାକୁ ଯୋଜନା କରୁଛି ବିସିସିଆଇ । ରୋହିତ୍ଙ୍କ ସ୍ଥାନରେ ଶ୍ରେୟାସ ଆୟର୍ଙ୍କୁ ମିଳିପାରେ ନିଯୁକ୍ତି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ରହିନଥିବା ବେଳେ ଆସନ୍ତା ଏସିଆ କପ୍ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଆସନ୍ତା ସେପ୍ଟମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଏସିଆ କପ୍ ଖେଳାଯିବ । ଆଗାମୀ ବିଶ୍ବକପ୍ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନଠାରୁ ଚିନ୍ତା କରୁଛି ବିସିସିଆଇ । ୨୦୨୭ ବିଶ୍ବକପ୍ ସମୟରେ ରୋହିତ ଶର୍ମାଙ୍କୁ ୩୯ ବର୍ଷ ହୋଇସାରିଥିବା । ତେଣୁ ତାଙ୍କ ସ୍ଥାନରେ ଶ୍ରେୟାସଙ୍କ ଭଳି ଯୁବ ତଥା ଅଭିଜ୍ଞ ଅଧିନାୟକଙ୍କୁ ନିଯୁକ୍ତି ଦେଇପାରେ ବିସିସିଆଇ । ଆୟାର ଗତ ଚାମ୍ପିଅନସ ଟ୍ରଫିରେ ଭାରତ ଟପ୍ ରନ୍ ସ୍କୋରର ଥିଲେ । ସେ ୫ ଟି ମ୍ୟାଚରୁ ୨୪୩ ରନ୍ ସଂଗ୍ରହ କରିଥିଲେ । ସେହିପରି ଆଇପିଏଲରେ ତାଙ୍କର ଅଧିନାୟତ୍ବରେ କୋଲକାତା ନାଇଟ୍ ରାଇଡର୍ସକୁ ଟ୍ରଫି ଜିତାଇଛନ୍ତି । ପଞ୍ଜାବ କିଙ୍ଗସକୁ ମଧ୍ୟ ଚଳିତ ଆଇପିଏଲ୍ରେ ଫାଇନାଲରେ ପହଞ୍ଚାଇଥିଲେ ଆୟର୍ ।
ଶ୍ରେୟସ ହେବେ ଅଧିନାୟକ
ଦିନିକିଆ ଅଧିନାୟତ୍ବ ଛାଡ଼ିବେ ରୋହିତ୍ ଶର୍ମା!
ଶ୍ରେୟସଙ୍କ ହାତରେ ରହିପାରେ ମଙ୍ଗ
ଏସିଆ କପ୍ ପରେ ନିଷ୍ପତ୍ତି
ବିଶ୍ବକପ୍ରୁ ଦୃଷ୍ଟିରେ ରଖି ବଦଳିପାରେ ଅଧିନାୟକ
ଚାମ୍ପିଅନ୍ସ ଟ୍ରଫିରେ ଟପ୍ ସ୍କୋରର୍ ରହିଥିଲେ ଶ୍ରେୟାସ୍
ଅଧିନାୟକ ଭାବେ ଆଇପିଏଲ୍ରେ କୋଲକାତାକୁ ଜିତାଇଛନ୍ତି ଟ୍ରଫି
ଚଳିତ ବର୍ଷ ଫାଇନାଲ୍ରେ ପ୍ରବେଶ କରିଛି ପଞ୍ଜାବ
Follow Us