ପ୍ରଥମ ଟେଷ୍ଟ ସରିବା ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିବେ ରୋହିତ । ନଭେମ୍ବର ୨୪ରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ ରୋହିତ ଶର୍ମା ।

Advertisment

ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଯାହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଆରମ୍ଭ ହେବ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ ଖବର

ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଯାହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଆରମ୍ଭ ହେବ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ ଖବର

ROHIT SHARMA

କନକ ବ୍ୟୁରୋ:  ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଯାହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଆରମ୍ଭ ହେବ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ ଖବର । ଆସନ୍ତା ନଭେମ୍ବର ୨୪ ତାରିଖରେ ଅଷ୍ଟ୍ଲେଲିଆ ଯାଇ ଦଳ ସହ ଯୋଗଦେବେ ରୋହିତ ଶର୍ମା । ପ୍ରଥମ ଟେଷ୍ଟ ତୃତୀୟ ଦିନରେ ହିଁ ସେ ଦଳ ସହ ଯୋଗଦେବେ ବୋଲି ସୂଚନା ମିଳିଛି । 

ତେବେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ବାପା ହେଇଥିବା କାରଣରୁ, ପ୍ରଥମ ଟେଷ୍ଟ ନଖେଳିବା ନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଦଳ ଜଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ଖେଳିବ। ତେବେ ଡିସେମ୍ବର ୬ରୁ ୧୦ ଆଡିଲେଡ୍ ଓଭାଲରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ପାଇଁ ରୋହିତ ଉପଲବ୍ଧ ହେବେ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୯ ରୁ ୧୧ ମଧ୍ୟରେ ଭାରତୀୟ ଦଳ ତିନିଟି ବ୍ୟାଚରେ ଅଷ୍ଟ୍ରେଲିଆ ଯାଇଥିଲେ କିନ୍ତୁ ରୋହିତ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଅଷ୍ଟ୍ରେଲିଆ ଯାଇନଥିଲେ । ଗତ ନଭେମ୍ବର ୧୫ ରେ ରୋହିତଙ୍କ ପତ୍ନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।   ସେପଟେ ରୋହିତଙ୍କ ଅନୁପସ୍ଥିତିରେ ଜଶପ୍ରୀତ ବୁମରା ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେଉଛନ୍ତି ।  ଏହାପୂର୍ବରୁ ସେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ଯୋଗାଯୋଗ ରହିଥିବା କହିଥିଲେ। ସେହିପରି ମହମ୍ମଦ ଶାମିଙ୍କୁ ଭାରତ ଦଳରେ ସାମିଲ ହେବାର ସମ୍ଭାବନା ଉପରେ ବୁମରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସାମି ଭାଇ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି ଏବଂ ନିଶ୍ଚିତ ଭାବେ ସେ ଏହି ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe