କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ନଖେଳିବା ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ରୋହିତ ଶର୍ମା । କହିଛନ୍ତି, ସେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇନାହାନ୍ତି । କେବଳ ଗୋଟିଏ ମ୍ୟାଚ୍‌ ପାଇଁ ସେ ବିଶ୍ରାମ ନେଇଛନ୍ତି । ସିଡନୀ ଟେଷ୍ଟ ନଖେଳିବା, ତାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି କହିଛନ୍ତି ରୋହିତ । ଦଳର ହିତ ପାଇଁ ଏପରି ଏକ ବଡ଼ ନିଷ୍ପତ୍ତି ନେଇଥିବା ରୋହିତ ଶର୍ମା କହିଛନ୍ତି । ଏବେ ସେ କ୍ରିକେଟ୍ ଛାଡି ଯାଉନାହାନ୍ତି ବୋଲି କହିଛନ୍ତି ରୋହିତ ଶର୍ମା । ପରିଶ୍ରମ କରି ପୁଣି ଥରେ କମ୍‌ବ୍ୟାକ୍ କରିବେ । ଏବେ ରନ୍‌ ଆସୁନାହିଁ ହେଲେ ୫ ମାସ ପରେ ରନ୍‌ ଆସିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଷ୍ଟାର ସ୍ପୋର୍ଟସ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିନଥିଲେ ରୋହିତ । ଏହାପରେ ଖେଳିଥିବା ତିନିଟି ଟେଷ୍ଟରେ ରୋହିତଙ୍କ ବ୍ୟାଟ୍ ଚାଲିନଥିଲା । ଫଳରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ରୋହିତଙ୍କୁ । ଏହା ପରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି ରୋହିତ । ଶେଷ ଟେଷ୍ଟରୁ ଅଧିନାୟକ ରୋହିତ ବାଦ୍ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଆଜି ରୋହିତ ଶର୍ମା ମୁହଁ ଖୋଲିଛନ୍ତି ।