କନକ ବ୍ୟୁରୋ : କ୍ୟାରିୟର ବଞ୍ଚାଇବା ପାଇଁ ରୋହିତ ଶର୍ମାଙ୍କ ବଡ଼ ନିଷ୍ପତ୍ତି । ଆଜିକାଲି ଭାରତୀୟ ଦଳରେ ସବୁକିଛି ଠିକ ଚାଲିନାହିଁ । ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯାଇ ନାହିଁ । ଜସପ୍ରୀତ ବୁମରା ଆହତ ହୋଇଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁତ ଖରାପ ଫର୍ମରେ ଅଛନ୍ତି। ରୋହିତ ଫର୍ମକୁ ଫେରିବା ଏବଂ ତାଙ୍କ ଟେଷ୍ଟ କ୍ୟାରିୟରକୁ ବଞ୍ଚାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ରଣଜୀ ଟ୍ରଫି ପାଇଁ ମୁମ୍ବାଇର ଅଭ୍ୟାସ ଅଧିବେଶନରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି, ସେ ରଣଜୀ ମ୍ୟାଚ ଖେଳିବେ କି ନାହିଁ ସେ ବିଷୟରେ କୌଣସି ଅପଡେଟ ନାହିଁ। ରୋହିତ ମୁମ୍ବାଇର ରଣଜୀ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ସର୍ବୋତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି। ରୋହିତ ୱାଙ୍ଖେଡେ ଷ୍ଟାଡିୟମରେ ନେଟ୍ସରେ ମୁମ୍ବାଇ ଦଳ ସହିତ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।
କ୍ୟାରିୟର ବଞ୍ଚାଇବା ପାଇଁ ରୋହିତ ଶର୍ମାଙ୍କ ବଡ଼ ନିଷ୍ପତ୍ତି
ଭାରତୀୟ ଟିମରେ ନିଡ ଅସ୍ତିତ୍ବ ପାଇଁ ରୋହିତଙ୍କ ସଂଗ୍ରାମ
ରୋହିତଙ୍କ ଫର୍ମକୁ ନେଇ ଜାରି ରହିଛି ସବୁଠି ଆଲୋଚନା
ନିଜ ଫର୍ମ ସୁଧାରିବା ପାଇଁ ଘରୋଇ କ୍ରିକେଟକୁ ଫେରିବେ ରୋହିତ!
ରଣଜୀ ଟ୍ରଫି ପାଇଁ ମୁମ୍ବାଇ ଦଳ ସହ ଯୋଗ ଦେଇପାରନ୍ତି ରୋହିତ
ଏଥିପାଇଁ ରୋହିତ ୱାଙ୍ଖେଡେରେ ଆରମ୍ଭ କରିଛନ୍ତି ଅଭ୍ୟାସ
ରଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡରେ ମୁମ୍ବାଇ ଜମ୍ମୁ ଏବଂ କଶ୍ମୀରକୁ ଭେଟିବ
ରୋହିତ ଶେଷ ଥର ପାଇଁ ୨୦୧୫ରେ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିଥିଲେ
ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତଙ୍କ ପ୍ରଦର୍ଶନ ଥିଲା ନୈରାଶ୍ୟଜନକ
ଚାରୋଟି ଟେଷ୍ଟ ମ୍ୟାଚରେ ରୋହିତ କରିଥିଲେ ୩, ୯, ୧୦, ୩, ୬ ରନ
ସିରିଜରେ ବ୍ୟାଟିଂ କରି ୧୦.୯୩ ହାରରେ ୩୧ ରନ କରିଥିଲେ
ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ ପରାଜୟ ବରଣ କରିଥିଲା ଭାରତ
ଏଥିପାଇଁ ବିସିସିଆଇ ଘରୋଇ ଟୁର୍ନାମେଣ୍ଟରେ ଖେଳିବାକୁ ଦେଇଛି ପରାମର୍ଶ
ଫଳରେ ସେମାନେ ଟେଷ୍ଟ ଦଳ ପାଇଁ ନିଜର ଦାବିକୁ ମଜଭୁତ କରିପାରିବେ