କନକ ବ୍ୟୁରୋ: ମେଲବର୍ଣ୍ଣରେ ଲଜ୍ଜାଜନକ ପରାଜୟ ପରେ ଏବେ ବିରାଟ ଏୱଂ ରୋହିତଙ୍କ ଅବସରକୁ ନେଇ ଚିନ୍ତା । ବୁମରାଙ୍କ ଛଡ଼ା ଆଉ କୌଣସି ଖେଳାଳି ମୁକାବିଲା କରିବା ମୁଡରେ ହିଁ ନଥିବା ଭଳି ଲାଗୁଛି । ଅଶ୍ୱିନଙ୍କ ପରେ ରୋହିତ ଏବଂ ନିଜେ ନିଷ୍ପତ୍ତି ନେବେ ନା ବୋର୍ଡ କଠୋର ହେବ ।
ଅଶ୍ୱିନଙ୍କ ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଏବଂ ବିରାଟ ?
ମେଲବୋର୍ଣ୍ଣ ଟେଷ୍ଟ ହାରିବା ପରେ ଏବେ ଏହି ଦୁଇ ଖେଳାଳିଙ୍କୁ ନେଇ ବଡ ପ୍ରଶ୍ନ । ନାମ ବଡ଼, ହେଲେ ପ୍ରଦର୍ଶନ ଅତି ନୈରାଶଜନକ । ଆମେ କହୁନୁ ରେକର୍ଡ କହୁଛି । ପର୍ଥରେ ୧୦୦ ରନ ଛଡା କିଙ୍ଗ କୋହଲିଙ୍କ ବ୍ୟାଟ ଆଉ ଚାଲିନି । କୋହଲିଙ୍କ ରେକର୍ଡ ଦେଖନ୍ତୁ। ପୁରା ତିନିଟି ଟେଷ୍ଟରେ ୫, ୭ ୧୧, ୩ ୩୬ ,୫। ମୋଟ ୧୫୭ ରନ। ଆଭରେଜ ୧୧.୬୬। ବିରାଟ ପୁରା ପୁରି ଆଉଟ ଅଫ ଫର୍ମ । ନା ବଲ୍ଲା ଚାଲୁଛି ନା ବଡି ଲାଙ୍ଗୁଏଜ ଠିକ୍ ଲାଗୁଛି । ଆଉ ଏପଟେ ଗିଲ ଏବଂ ସର୍ଫରାଜ୍ ବସିଛିନ୍ତି ଡ୍ରେସିଂରୁମ୍ରେ । ତଥାପି କାହିଁକି ଟିମ ମ୍ୟାନମେଜେଣ୍ଟ ଏହିଷ୍ଟାର ଖେଳାଳୀଙ୍କ ଉପରେ ଚୁପ ? ଖାଲି ବିରାଟ ନୁହେଁ ହିଟ ମ୍ୟାନ ମାନେ କପ୍ତାନ ରୋହିତଙ୍କ ଅବସ୍ଥା ତ ଆହୁରି ଖରାପ । ପର୍ଥ ଟେଷ୍ଟରେ ଖେଳି ନଥିଲେ ।
ଆଡିଲେଡେରେ ୩, ୬, ଗାବାରେ ୧୦, ମେଲଲବର୍ଣ୍ଣରେ ୩, ୯ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ପ୍ରଦର୍ଶନ ଦେଖନ୍ତୁ। ବେଙ୍ଗଲୁରୁରେ ୨, ୫୨ ପୁନେରେ ୦, ୮ ମୁମ୍ୱାଇରେ ୧୮, ୧୧ ଏ ହେଉଛି ୬ ଟି ଟେଷ୍ଟରେ କପ୍ତାନ ରୋହିତଙ୍କ ପ୍ରଦର୍ଶନ । ଏହାପରେ ଅବସର ନେଇ ପ୍ରଶ୍ନ ଉଠିବା ବି ସ୍ୱାଭାବିକ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଏହି ଦୁଇ ଲିଜେଣ୍ଡଙ୍କ ଅବସର ନେଇ ପ୍ରତିକ୍ରିୟା ରଖିଛନ୍ତି ।
କିଛି ଦିନ ପୂର୍ବରୁ ଅଶ୍ୱିନ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏହାପରେ ପ୍ରଶ୍ନ ଉଠିଥିଲା ଏହି ଦୁଇ ଲିଜେଣ୍ଡ ଅଶ୍ୱିନଙ୍କ ୱାଟ ଅନୁସରଣ କରିବେ କି।। କିଛି ଦିନ ପୂର୍ବରୁ ବିରାଟ ଏୱଂ ରୋହିତ ଟି ଟ୍ୱେଣ୍ଟି କ୍ରିକେଟରୁ ଅବସର ନେଇସାରିଛନ୍ତି । ଏବେ ଏହି ଦୁଇ ଆଉଟ ଅଫ ଫର୍ମ ଥିବା ଖେଳାଳି ନେଇପାରନ୍ତି କି ଅବସର ।