କନକବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରୁ ଖୁସି ଖବର ଦେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ ଦ୍ବିତୀୟ ସନ୍ତାନର ବାପା ହୋଇଛନ୍ତି। ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରି ଅଭ୍ୟାସ ଜାରି ରଖିଛି । ହେଲେ ରିତିକାଙ୍କ ପାଇଁ ରୋହିତ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ।
ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି । ପ୍ରଥମେ କୁହାଯାଉଥିଲା କି ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ଏବେ ସେ ବାପା ହେବା ପରେ ପର୍ଥ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/16/FKed8ymXKqYNBvf2B5D3.jpg)