କାଲି ଦୁବାଇରେ ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍: ଆହତ କାରଣରୁ ବିଶ୍ରାମ ନଇପାରନ୍ତି ରୋହିତ, ଶୁଭମନ ଗିଲଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

Advertisment

କାଲି ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ । ଲଗାତର  ଦୁଇଟି ମ୍ୟାଚ ଜିତି ସେମି-ଫାଇନାଲକୁ  ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ଅନ୍ୟପଟେ କମରେ ନାହିଁ କିୱି ଦଳ ଦୁଇଟି ମ୍ୟାଚ ଜିତି ଗ୍ରୁପ ଏରେ ପ୍ରଥମ ସ୍ଥାନରେ ରହିଛି।

କାଲି ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ । ଲଗାତର  ଦୁଇଟି ମ୍ୟାଚ ଜିତି ସେମି-ଫାଇନାଲକୁ  ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ଅନ୍ୟପଟେ କମରେ ନାହିଁ କିୱି ଦଳ ଦୁଇଟି ମ୍ୟାଚ ଜିତି ଗ୍ରୁପ ଏରେ ପ୍ରଥମ ସ୍ଥାନରେ ରହିଛି।

edweq

Photograph: (kanak news)

କନକ ବ୍ୟୁରୋ: କାଲି ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ । ଲଗାତର  ଦୁଇଟି ମ୍ୟାଚ ଜିତି ସେମି-ଫାଇନାଲକୁ  ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ଅନ୍ୟପଟେ କମରେ ନାହିଁ କିୱି ଦଳ ଦୁଇଟି ମ୍ୟାଚ ଜିତି ଗ୍ରୁପ ଏରେ ପ୍ରଥମ ସ୍ଥାନରେ ରହିଛି। କାଲିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନଥିଲେ ବି ଭାରତ ଚାହିଁବ ମ୍ୟାଚ ଜିତି ଟେବୁଲ ଟପର ରହିବାକୁ ।

ଚାମ୍ପିୟନ୍ସ ଟ୍ରଫିରେ ଭାରତର ଗାଡି ଏଯାବତ ଠିକଠାକ ଚାଲିଛି । ଲଗାତାର ଦୁଇଟି ମ୍ୟାଚ ଜିତି ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି ହେଲେ ଅଧିନାୟକଙ୍କୁ ନେଇ ଚିନ୍ତାରେ ରହିଛି ଟିମ ଇଣ୍ଡିଆ, ହାର୍ମ ଷ୍ଟିଙ୍ଗ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ ନେଇପାରନ୍ତି ରୋହିତ ଶର୍ମା ଫଳରେ ଶୁଭମନ ଗିଲ ଉପ-ଅଧିନାୟକରୁ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିପାରନ୍ତି ।ଫର୍ମରେ ରହିଛନ୍ତି ଟିମ ଇଣ୍ଡିଆର ବ୍ୟାଟର କୋହଲି, ଗିଲ, ଆୟାର ଅନ୍ୟପଟେ ପେସ ଓ ସ୍ପିନ ବିଭାଗ ବି ଶାଣିତ ରହିଛି । କିୱି ଦଳ ବି କମରେ ନାହିଁ, ରଚିନ ରବିନ୍ଦ୍ର ଏବଂ ଟମ ଲାଥାମ ଜବରଦସ୍ତ ଫର୍ମରେ ଅଛନ୍ତି ।

କହିପାରିବା ଦୁବାଇରେ ଦେଖିବାକୁ ମିଳିପାରେ ନ୍ୟୁଜିଲ୍ୟାଣ୍ଡ ବୋଲିଂ ବନାମ ଭାରତୀୟ ବ୍ୟାଟିଂ । ପିଚ କଣ୍ଡିସନକୁ ଭଲ ଭାବେ ଜାଣିଛି ଟିମ ଇଣ୍ଡିଆ, ଯାହା ନ୍ୟୁଜିଲ୍ୟାଣ୍ଡ ପାଇଁ ଚିନ୍ତାର କାରଣ ସାଜିପାରେ । ଗ୍ରୁପ ଏ ର ଏହି ଅନ୍ତିମ ମ୍ୟାଚ ଉଭୟ ଦଳ ପାଇଁ ଏତେ ଗୁରୁତ୍ବପୂର୍ଣ ନଥିଲେ ବି ଟେବୁଲ ଟପ ପାଇଁ ସମ୍ମାନର ପ୍ରଶ୍ନ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe