କନକ ବ୍ୟୁରୋ: ଭାରତୀୟ ଦଳର ଦ୍ରୁତ ବୋଲର୍ ଅର୍ଶଦୀପ ସିଂଙ୍କ ସଂପର୍କରେ ଏକ ବଡ଼ ପୂର୍ବାନୁମାନ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି ଯେ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପରେ ଅର୍ଶଦୀପ ଭାରତୀୟ ଦଳ ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିବେ । ଏହାର କାରଣ ମଧ୍ୟ କହିଛନ୍ତି ହିଟମ୍ୟାନ ।
ସେ କହିଛନ୍ତି ଯେ ଅର୍ଶଦୀପ୍ ନୂଆ ବଲକୁ ଭଲ ସ୍ବିଙ୍ଗ୍ କରିପାରନ୍ତି, ଏହା ତାଙ୍କର ଶକ୍ତି । ଏଥିପାଇଁ ଭାରତୀୟ ଦଳ ସୁବିଧାଜନକସ୍ଥିତିରେ ରହିବ । ସେ ଓ ଯଶପ୍ରୀତ ବୁମରା ମ୍ୟାଚ ଆରମ୍ଭରୁ ହିଁ ଓ୍ବିକେଟ୍ ନେବାକୁ ଉଦ୍ୟମ କରନ୍ତି। ଏହା ଭାରତ ପାଇଁ ସକାରାତ୍ମକ ସାବ୍ୟସ୍ତ ହେବ। ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଶଦୀପ ଭାରତ ପାଇଁ ବୋଲିଂ ଆରମ୍ଭ କରନ୍ତି ଓ ସ୍ଲଗଓଭର ବା ମ୍ୟାଚର ଶେଷ କିଛି ଓଭର ବୋଲିଂ କରନ୍ତି। ବୋଲିଂର ଏହି ଦୁଇଟି ପର୍ଯ୍ୟାୟ ବେଶ ଗୁରୁତ୍ବପୂର୍ଣ୍ଣ। ଉଭୟ କାମରେ ସେ ମାହିର ବୋଲି ରହିଛନ୍ତି ରୋହିତ୍।
ଆହୁରି ପଢ଼ନ୍ତୁ... ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକା ପକ୍ଷରୁ ଖେଳିବେ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଜୟସୂରିୟା
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଶଦୀପ ବାମହାତି ବ୍ୟାଟ୍ସମ୍ୟାନଙ୍କୁ ସ୍ଲିପରେ ଆଉଟ କରିବାକୁ ଚେଷ୍ଟା କରନ୍ତି, ସେହିପରି ଡାହାଣହାତି ବୋଲରଙ୍କ ପ୍ୟାଡ୍ ଉପରେ ବଲ୍ ପକାଇ ଏଲବିଡବ୍ଲୁ ଆଉଟ୍ କରିବାକୁ ଇଦ୍ୟମ କରନ୍ତି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫାଇନଲରେ ସେ କ୍ବିଣ୍ଟନ ଡିକକଙ୍କ ଓ୍ବିକେଟ୍ ନେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/rohit-2026-01-31-15-43-07.jpg)