କନକ ବ୍ୟୁରୋ :ଜୀବଜଗତ ଉପରେ ଭାରି ପଡ଼ୁଛି ମଣିଷ... ଜନସଂଖ୍ୟା ଯେଉଁ ମାତ୍ରରେ ବଢ଼ୁଛି, ପରିବେଶ ସେତେ ପ୍ରଦୂଷିତ ହେବାରେ ଲାଗିଛି, ଆଉ ବର୍ତ୍ତିପାରିନି ସମୁଦ୍ର । ମଣିଷ ପାଇଁ ସମୁଦ୍ରବି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ପ୍ରତିଦିନ କୁଢ଼ କୁଢ଼ ପ୍ଲାଷ୍ଟିକ୍ ସମୁଦ୍ରରେ ଫିଙ୍ଗିଦିଆଯାଉଛି । ସମୁଦ୍ରର ଜୀବଜଗତ ଧୀରେଧୀରେ ବିପଦ ମୁହଁକୁ ଠେଲି ହୋଇଯାଉଛି । ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବା  ବେଳେ ଆମେରିକା ସମୁଦ୍ରକୁ ସଫା ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ସମୁଦ୍ରରୁ ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଅଳିଆ ଆବର୍ଜନା ସଫା କରିବା ପାଇଁ ଆମେରିକା ପ୍ରସ୍ତୁତ କରିଛି ଏକ ରୋବୋ ଫିସ୍ ।  

Advertisment

ପ୍ଲାଷ୍ଟିକ୍‌କୁ ଯେତେ ଖାବଇ ସେତେ ଶକ୍ତିଶାଳି ହେବ !
ଆମେରିକା ଦ୍ବାରା ପ୍ରସ୍ତୁତ ହୋଇଥିବା ରୋବୋ ଫିସ୍‌ ସମୁଦ୍ରରେ ଥିବା ମାଇକ୍ରୋ ପ୍ଲାଷ୍ଟିକକୁ ଖାଇ ହଜମ କରିଦେବ ଏବଂ ସେଥିରୁ ଏନର୍ଜି ତିଆରି କରି ନିଜକୁ ବଞ୍ଚାଇ ରଖିବ । ବୈଜ୍ଞାନିକମାନେ ଅହି ଫିସ୍‌କୁ ଏପରି ଡିଜାଇନ୍ କରିଛନ୍ତି ଯେ, ଏହା ପ୍ଲାଷ୍ଟିକୁ ଖାଇ ସେଥିରୁ ଏନର୍ଜି କାଢ଼ିପାରିବ । ଗୋଟିଏ ରୋବ ଫିସ୍ ଦିନକୁ ମାତ୍ର ୨କେଜିର ମାଇକ୍ରୋପ୍ଲାଷ୍ଟିକ୍ ଖାଇ ତାକୁ ନିଜ ଭିତରେ ଷ୍ଟୋର କରି ରଖିବ । ମାଛ ଭିତରେ ଲାଗିଥିବା ଟେକନିକ୍ ସେହି ମାଇକ୍ରୋ ପ୍ଲାଷ୍ଟିକକୁ ଏନର୍ଜିରେ କନଭର୍ଟ କରିଦେବ । ଆଉ ସମୁଦ୍ରରେ ଏହି ରୋବ ଫିସ୍ ଯେତେ ପ୍ଲାଷ୍ଟିକ୍ ଖାଇବ ସେତେ ପହଁରି ପାରିବ । ସବୁଠୁ ବଡ଼ କଥା ହେଉଛି ଏହି ରୋବୋ ଫିସ୍ ସମୁଦ୍ର କିମ୍ବା ସାମୁଦ୍ରିକ ଜୀବଙ୍କ କୌଣସି କ୍ଷତି କରିବ ନାହିଁ । 

କୋଟି କୋଟି ଟଙ୍କା ବଞ୍ଚାଇବ ରୋବୋ ଫିସ୍ 
ରିପୋର୍ଟ ଆଧାରରେ, ସମୁଦ୍ରରୁ ଅଳିଆ ସଫା କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସମୁଦ୍ରରୁ ପ୍ଲାଷ୍ଟିକ୍ କାଢ଼ିବା ପାଇଁ ବଡ଼ ବଡ଼ ମେସିନ୍ ବ୍ୟବହାର ହେଉଛି । ସେହି ମେସିନକୁ ପ୍ରସ୍ତୁତ କରିବା ପାଇଁ ବି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏବେ ଏହି ରୋବୋ ଫିସ୍ ଆସିବା ପରେ ଆଗାମୀ ଦିନରେ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି । କାହିଁକିନା ବଡ଼ ମେସିନ୍ ତୁଳନାରେ ରୋବୋ ଫିସ୍‌କୁ ତିଆରି କରିବାରେ ଖବ୍ କମ୍ ଟଙ୍କା ଖର୍ଚ୍ଚ ହେଉଛି । ଏହା ସହ ଏହି ରୋବ ଫିସ୍‌ରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନଷ୍ଟ କରିବାର କ୍ଷମତା ବି ରହିଛି । ତେଣୁ ଏହା ଅଧିକ ଉପକାରୀ ହୋଇପାରିବ ବୋଲି ଆଶା କରାଯାଉଛି । 

ଜୀବନ ବଞ୍ଚାଇବ ଏହି ରୋବୋ ଫିସ୍ 
ମାଇକ୍ରୋ ପ୍ଲାଷ୍ଟି ପାଇଁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ସାମୁଦ୍ରିକ ମାଛ ମାଇକ୍ରୋ ପ୍ଲାଷ୍ଟକୁ ଖାଉଛନ୍ତି ଆଉ ସେହି ମାଛକୁ ଆମେ ଖାଉଛୁ । ଯେଉଁଥିପାଇଁ ମଣିଷଙ୍କ ଜୀବନ ବି ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ରୋବ ଫିସ୍‌କୁ ପ୍ରସ୍ତୁତ କରାଯାଇଛି ।

ତେବେ ପରୀକ୍ଷା ଦୃଷ୍ଟିରୁ କିଛି ମାତ୍ରାରେ ରୋବୋ ଫିସ୍‌କୁ ସମୁଦ୍ରର ବିଭିନ୍ନ ପୋର୍ଟରେ ଛଡ଼ାଯାଇଛି । ଏହି ରୋବୋ ଫିସ୍ ତାର କାମ ବହୁତ ଭଲ ଭାବେ କରୁଛି । ଧୀରେଧୀରେ କରି ସମୁଦ୍ରରେ ଥିବା ମାଇକ୍ରୋ ପ୍ଲାଷ୍ଟିକକୁ ଖାଇ ହଜମ କରୁଛି । ସେଥିରୁ ଶକ୍ତି ପାଇ ନିଜକୁ ଶକ୍ତିଶାଳି ବି କରୁଛି । ଆଗାମୀ ଦିନରେ ଏହି ରୋବ ଫିସକୁ ବହୁଳ ମାତ୍ରାରେ ସମୁଦ୍ରରେ ଛଡ଼ାଯିବାର ଯୋଜନା ମଧ୍ୟ ଚାଳିଛି ।