କନକ ବ୍ୟୁରୋ : ଆରପାରିରେ ହଲିଉଡ୍ର ଅଭିନେତା ତଥା ସଂଯୋଜକ ରବର୍ଟ ରେଡ୍ଫୋର୍ଡ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୯୬୦ ରୁ ୭୦ ପର୍ଯ୍ୟନ୍ତ ସେ ହଲିଉଡ୍ରେ ବେଶ୍ ସକ୍ରିୟ ଥିଲେ । ସେ ଅନେକ ହିଟ୍ ସିନେମାରେ ଅଭିନୟ କରିଛନ୍ତି । ଦ କ୍ୟାଣ୍ତିଡେଟ୍, ଦ ୱେ ଉଇ ୱେୟାର୍, ଅଲ୍ ଦ ପ୍ରେସିଡେଣ୍ଟସ୍ ମ୍ୟାନ୍ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ୧୯୮୦ ରେ ସେ ଅର୍ଡିନାରି ପିପୁଲ ପାଇଁ ଓସ୍କାର ମଧ୍ୟ ଜିତିଥିଲେ ।
ଚାଲିଗଲେ ଓସ୍କାର ବିଜେତା ରବର୍ଟ ରେଡ୍ଫୋର୍ଡ
ଅର୍ଡିନାରି ପିପୁଲ୍ ପାଇଁ ପାଇଥିଲେ ଓସ୍କାର
ଅନେକ ହିଟ୍ ସିନେମାରେ ଅଭିନୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/17/robert-redford-2025-09-17-14-38-29.jpg)