କନକ ବ୍ୟୁରୋ :  ଧରା ପଡ଼ିଲା ହାଇପ୍ରୋଫାଇଲ ଲୁଟେରା । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ଚୋର ଧରାପଡିଛି। ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିବା ଲୁଟେରାକୁ କମିଶନରେଟ ପୋଲିସ ଟିମ ଧରିଥିବା ସୂଚନା ମିଳିଛି ।

Advertisment

ବିଶାଖାପଟାଣାରୁ ଲୁଟେରାକୁ କାବୁ କରିଛି ପୋଲିସ। ଲୁଟାରର ନାଁ ସ୍ପାଇଡର ବୋଲି ଜଣାପଡିଛି। ଅଭିଯୁକ୍ତ ସ୍ପାଇଡର ବିଶାଖାପାଟଣା ରେ ରୁହେ। ସ୍ପାଇଡର ପାଖରୁ ସୁନା ଗହଣା, ହୀରା, ଓ ଟଙ୍କା ଜବତ କରିଛି ପୋଲିସ । ସେହିପରି ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ରହିଛି । ଗିରଫ ଲୁଟେରା ନିରଞ୍ଜନଙ୍କ ଘର ପୂର୍ବରୁ ଆଉ ଜଣେ କୋଟିପତିଙ୍କ ଘରେ ମଧ୍ୟ କଳାକନା ବୁଲାଇଥିବା ପୋଲିସ ଜାଣିବାକୁ ପାଇଛି ।