ପୋଲିସ କର୍ମଚାରୀଙ୍କ ଠାରୁ ଦିନ ଦୁଇ ପ୍ରହରରେ ଲୁଟ୍ ଘଟଣା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ..

Advertisment

ଝିଅ ବାହାଘର ପାଇଁ ଟଙ୍କା ଉଠାଇଥିବାବେଳେ, ରାଉରକେଲା ବ୍ୟାଙ୍କ ଆଗରୁ ଲୁଟି ନେଇଥିଲେ ଦୁର୍ବୃତ୍ତ...

ଝିଅ ବାହାଘର ପାଇଁ ଟଙ୍କା ଉଠାଇଥିବାବେଳେ, ରାଉରକେଲା ବ୍ୟାଙ୍କ ଆଗରୁ ଲୁଟି ନେଇଥିଲେ ଦୁର୍ବୃତ୍ତ...

ପୋଲିସ୍‌କୁ ବି ଛାଡ଼ିଲାନି ଚୋର

ପୋଲିସ୍‌କୁ ବି ଛାଡ଼ିଲାନି ଚୋର Photograph: (kanaknews)

କନକ ବ୍ୟୁରୋ : ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ୍ । ଦିନ ଦୁଇ ପ୍ରହରରେ ବ୍ୟାଙ୍କ ଆଗରୁ ଟଙ୍କା ଲୁଟ୍‌ ପରେ ଫେରାର୍‌ ଘଟଣା । ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ସୂଚନାନୁସାରେ, ଗତ ଜାନୁଆରୀ ୯ ତାରିଖରେ ରାଉରକେଲାରେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ପୋଲିସ କର୍ମଚାରୀ । ସେତେବେଳେ ବ୍ୟାଙ୍କ ସାମ୍ନାରୁ ପୋଲିସ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ ଦୁଇ ଜଣ ଦୁର୍ବୃତ୍ତ । ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ଠାରୁ ଚୋରି ପାଞ୍ଚ ଲକ୍ଷ ଜବତ କରିଛି ପୋଲିସ ।

ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ଗିରଫ ଅଭିଯୁକ୍ତ ବିହାରି ଗ୍ୟାଙ୍ଗ ପାଇଁ କରୁଥିଲା କାମ । ଜାନୁଆରୀ ୯ ତାରିଖ ସେକ୍ଟର ୧୯ ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ହୋଇଥିଲା ଲୁଟ । ଲୁଟ ର ଶିକାର ପୂର୍ବତନ ପୋଲିସ କର୍ମଚାରୀ ସୁଶୀଲ ମାଝୀ ନିଜ ଝିଅ ବାହାଘର ପାଇଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ଆସୁଥିବା ବେଳେ, ବାଇକରେ ଦୁଇ ଦୁର୍ବୁତ୍ତ ଆସି ଟଙ୍କା ବ୍ୟାଗ ଧରି ଫେରାର ମାରିଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe