କନକ ବ୍ୟୁରୋ : ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ୍ । ଦିନ ଦୁଇ ପ୍ରହରରେ ବ୍ୟାଙ୍କ ଆଗରୁ ଟଙ୍କା ଲୁଟ୍ ପରେ ଫେରାର୍ ଘଟଣା । ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ସୂଚନାନୁସାରେ, ଗତ ଜାନୁଆରୀ ୯ ତାରିଖରେ ରାଉରକେଲାରେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ପୋଲିସ କର୍ମଚାରୀ । ସେତେବେଳେ ବ୍ୟାଙ୍କ ସାମ୍ନାରୁ ପୋଲିସ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ ଦୁଇ ଜଣ ଦୁର୍ବୃତ୍ତ । ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ଠାରୁ ଚୋରି ପାଞ୍ଚ ଲକ୍ଷ ଜବତ କରିଛି ପୋଲିସ ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ଗିରଫ ଅଭିଯୁକ୍ତ ବିହାରି ଗ୍ୟାଙ୍ଗ ପାଇଁ କରୁଥିଲା କାମ । ଜାନୁଆରୀ ୯ ତାରିଖ ସେକ୍ଟର ୧୯ ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ହୋଇଥିଲା ଲୁଟ । ଲୁଟ ର ଶିକାର ପୂର୍ବତନ ପୋଲିସ କର୍ମଚାରୀ ସୁଶୀଲ ମାଝୀ ନିଜ ଝିଅ ବାହାଘର ପାଇଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ଆସୁଥିବା ବେଳେ, ବାଇକରେ ଦୁଇ ଦୁର୍ବୁତ୍ତ ଆସି ଟଙ୍କା ବ୍ୟାଗ ଧରି ଫେରାର ମାରିଥିଲେ ।