କନକ ବ୍ୟୁରୋ : ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କଲେ ଦୃର୍ବୃତ୍ତ । ପୁରୀ ଜିଲ୍ଲା ନିମାପଡ଼ା ଥାନା ଜଗନ୍ନାଥ ବିହାର ଓମେନ୍ସ କଲେଜ ଗଳିରେ ଥିବା ଏକ ଘରୁ ଲୁଟ୍ ହୋଇଛି । ଆଜି ଭୋରରୁ କିଛି ଦୃର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଲୁଟ୍ କରିଥିବା ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି ।
ମନୋରଞ୍ଜନ ପରିଡା ତାଙ୍କ ପତ୍ନୀଙ୍କ ସହ ଜଗନ୍ନାଥ ବିହାରରେ ଘରଭଡ଼ା ନେଇ ରହୁଥିଲେ । ଗତକାଲି ତାଙ୍କ ପତ୍ନୀ ସରସ୍ଵତୀ ମଲ୍ଲଙ୍କୁ ତାଙ୍କ ବାପଘର କନ୍ଧମାଳ ଯିବା ପାଇଁ ବସଷ୍ଟାଣ୍ଡରେ ଛାଡ଼ି ନିଜ ଗାଁ ନାକଡିହକୁ ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ରାତି ଅଧିକ ହେବାରୁ ନିଜ ଗାଁରେ ରହିଯାଇଥିଲେ ।
ଆଜି ସକାଳୁ ଭଡାଘରକୁ ଆସି ଦେଖିବା ବେଳକୁ ଘରର ମୁଖ୍ୟ ଦ୍ୱାର ତାଲା ଭଙ୍ଗା ଯାଇଥିଲା । ଗଡ୍ରେଜଡ୍ରେସିଙ୍ଗ ଟେବୁଲ୍ଆଲେଣାର ସମସ୍ତ ଲକର ଭଙ୍ଗି ଦୃର୍ବୁତ୍ତ ଦୁଇ ଭରିରୁ ଅଧିକ ସୁନା ଲୁଟ୍ କରିଛନ୍ତି । ସୁନା ହାରଦୁଇ ପଟ ସୁନା ଚୁଡ଼ିସୁନା ମୁଦି ଚାରୋଟି ନଗଦ ୩୦ ହଜାର ଟଙ୍କା ନେଇଯାଇଛନ୍ତି । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭିର ହାର୍ଡ ଡିସ୍କ ଭାଙ୍ଗି ନେଇଯାଇଥିବା ମନୋରଞ୍ଜନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଦୃର୍ବୃତ୍ତ ମାନେ ମୁହଁରେ ଗାମୁଛା ବାନ୍ଧି ଲୁଟ୍ କରିଥିବା କ୍ୟାମେରାରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/axGfaUIigOMKolU2Q49N.jpg)