ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ :ପିସ୍ତଲ ଦେଖାଇ ମ୍ୟାନେଜରଙ୍କୁ ଭୟଭୀତ,୪ ଫେରାର

Advertisment

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ। ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ମୁତାବକ, ବରପାଲିରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ସନ୍ଧ୍ୟାରେ ୫ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ପଶିଥିଲେ । ପିସ୍ତଲ ଓ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କ ଆକାଉଣ୍ଟର ଚାବି ମାଗିଥିଲେ ।

banlk

କନକବ୍ୟୁରୋ : ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ। ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ମୁତାବକ, ବରପାଲିରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ସନ୍ଧ୍ୟାରେ ୫ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ପଶିଥିଲେ । ପିସ୍ତଲ ଓ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କ ଆକାଉଣ୍ଟର ଚାବି ମାଗିଥିଲେ ।

ତେବେ ଲୁଟ୍ ପୂର୍ବରୁ କୌଶଳକ୍ରମେ ମ୍ୟାନେଜର ବ୍ୟାଙ୍କର ସାଇରନ ବଜାଇଥିଲେ । ପୋଲିସ ଭ୍ୟାନ ଆସିବା ଭାବି ଫେରାର ମାରିଥିଲେ ଲୁଟେରା ।  ଗୋଟିଏ ବାଇକରେ ୨ ଜଣ ଫେରାର ହୋଇଥିବା ବେଳେ ଅନ୍ୟ  ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଥିଲା ପୋଲିସ । ଉକ୍ତ ଲୁଟେରା ଜଣକ ମହିଳା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ପଲସର ଗାଡି ଓ ବନ୍ଧୁକ ଜବତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe