ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍; ଲୁଟିନେଲେ ୫୦ ଲକ୍ଷ ଟଙ୍କାର ସୁନା ଗହଣା

ବିଳମ୍ବିତ ରାତିରେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ରଚିବା ସହ ସବୁକିଛି ଚୋରି କରିନେଲେ ଦୁର୍ବୃତ୍ତ । ସୋର ଖଇରା ଥାନା ପ୍ରହରାଜପୁର ଗାଁର ସଞ୍ଜୟ ସାହୁଙ୍କ ବଡ଼ ଧରଣର ଚୋରିର ଚିତ୍ର ସାମ୍ନାକୁ ଆସିଛି ।

Robbery 1

Photograph: (KANAK NEWS)

କନକ ବ୍ୟୁରୋ : ବାନ୍ଧିଲେ, ହାଣିଲେ, ଲୁଟିଲେ । ବିଳମ୍ବିତ ରାତିରେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ରଚିବା ସହ ସବୁକିଛି ଚୋରି କରିନେଲେ ଦୁର୍ବୃତ୍ତ । ସୋର ଖଇରା ଥାନା ପ୍ରହରାଜପୁର ଗାଁର ସଞ୍ଜୟ ସାହୁଙ୍କ ବଡ଼ ଧରଣର ଚୋରିର ଚିତ୍ର ସାମ୍ନାକୁ ଆସିଛି ।

୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିବା ପରେ ପରିବାର ଲୋକଙ୍କୁ ବାନ୍ଧି ଦେବା ସହ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରିଥିଲେ । ୫୦ଲକ୍ଷ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଆକ୍ରମଣରେ ଗୁରୁତର ହୋଇ ବ୍ୟବସାୟୀ ସଞ୍ଜୟଙ୍କ ମାଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe