ଜମିବାଡି ବିକି ଝିଅ ବାହାଘର ପାଇଁ ରଖିଥିଲେ ସୁନା , ଟଙ୍କା ; ଲୁଟିନେଲେ ଲୁଟେରା

ଜମିବାଡ଼ି ବିକ୍ରି କରି ଝିଅ ବାହାଘର ପାଇଁ ସଞ୍ଚିଥିଲେ ସୁନା ଓ ଟଙ୍କା । ବିଳମ୍ବିତ ରାତିରେ ଘରେ ପଶି ସବୁ ଲୁଟିନେଲେ ଲୁଟେରା । କଟକ ସାଲେପୁର ଜାହାଙ୍ଗୀରବାଦ ଗାଁରେ ବନ୍ଧୁକ ଦେଖାଇ ଡକାୟତି ।

ସାଲେପୁର ଲୁଟ୍

ସାଲେପୁର ଲୁଟ୍ Photograph: (କନକ ନ୍ୟଜ୍)

କନକ ବ୍ୟୁରୋ: ଜମିବାଡ଼ି ବିକ୍ରି କରି ଝିଅ ବାହାଘର ପାଇଁ ସୁନା ଓ ଟଙ୍କା ରଖିଥିଲେ । ହେଲେ ସବୁ ଲୁଟିନେଲେ ଲୁଟେରା । କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ ଗାଁରେ ଡକାୟତି ହୋଇଛି । ବନ୍ଧୁକ ଲଗାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ , ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଡକାୟତି ହୋଇଛି । ସମସ୍ତେ ଶୋଇଥିବା ଅବସ୍ଥାରେ ୪ ଜଣ ଲୁଟେରା ଛାତ କବାଟ ଭାଙ୍ଗି ସିଡ଼ି ଘର ବାଟେ ପଶି ବନ୍ଧୁକ ଲଗାଇ ୫୦ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଜମି ବିକ୍ରି କରି ଝିଅ ବାହାଘର କରିବା ପାଇଁ ସୁନା ଏବଂ ଟଙ୍କା ରଖିଥିଲେ ବିଜୟ । ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe