କନକ ବ୍ୟୁରୋ: ଜମିବାଡ଼ି ବିକ୍ରି କରି ଝିଅ ବାହାଘର ପାଇଁ ସୁନା ଓ ଟଙ୍କା ରଖିଥିଲେ । ହେଲେ ସବୁ ଲୁଟିନେଲେ ଲୁଟେରା । କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ ଗାଁରେ ଡକାୟତି ହୋଇଛି । ବନ୍ଧୁକ ଲଗାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ , ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଡକାୟତି ହୋଇଛି । ସମସ୍ତେ ଶୋଇଥିବା ଅବସ୍ଥାରେ ୪ ଜଣ ଲୁଟେରା ଛାତ କବାଟ ଭାଙ୍ଗି ସିଡ଼ି ଘର ବାଟେ ପଶି ବନ୍ଧୁକ ଲଗାଇ ୫୦ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଜମି ବିକ୍ରି କରି ଝିଅ ବାହାଘର କରିବା ପାଇଁ ସୁନା ଏବଂ ଟଙ୍କା ରଖିଥିଲେ ବିଜୟ । ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/25/Ny6sKleEBWwi9kfpv6km.jpg)