କନକ ବ୍ୟୁରୋ : ଏଟିଏମ୍‌ରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ପକାଇ ଜାଳିଦେଲେ ଏଟିଏମ୍‌ । ଘଟଣା ଘଟିଛି ଢେଙ୍କାନାଳ ପଞ୍ଚୁପଟି ନିକଟରେ ଥିବା ଏକ ଏଟିଏମ୍‌ରେ । ପ୍ରଥମେ ଗ୍ୟାସ କଟରରେ ଏଟିଏମ୍ କାଟି ଟଙ୍କା ଲୁଟ୍ କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପେଟ୍ରୋଲ ପକାଇ ଏଟିଏମ୍ ମେସିନ ଜାଳି ଦେଇଛନ୍ତି ।

Advertisment

ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଖବର ପାଇ ସକାଳୁ ଘଟଣାସ୍ଥଳରେ ପହଞ୍ଚି ସଦରଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୃର୍ବୃତ୍ତମାନେ ଫେରାର ଥିବା ଜଣାପଡ଼ିଛି । ଏଟିଏମ୍‌ରେ କେତେ ଟଙ୍କା ଥିଲା ଓ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।